ଗଣତନ୍ତ୍ର ଦିବସ କ୍ୟାମ୍ପ ରେ ଯୋଗଦାନ କରିଥିବା ଏସୟୁଓ ବିଶ୍ବଜିତ ଦାସ ଙ୍କୁ ସମ୍ବର୍ଦ୍ଧନା।

ବାସୁଦେବପୁର, ୦୨/୨୬ (ଖବର ) : ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ୍ ମାନଙ୍କ ର ଗୋଟିଏ ସ୍ୱପ୍ନ ଥାଏ ଦିଲ୍ଲୀ ରେ ଜନରାଜ୍ୟ ଦିବସ ପ୍ୟାରେଡ୍ ରେ ଭାଗନେବା ପାଇଁ। ସେଥିପାଇଁ ଜଣେ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଉକ୍ତ ସ୍ବପ୍ନ କୁ ସଫଳ ରୂପ ଦେବା ପାଇଁ ଜଣେ କ୍ୟାଡେଟ୍ କୁ ମୋଟ ୬ ଟି କ୍ୟାମ୍ପ ରେ ସିଲେକ୍ସନ ହେବାକୁ ପଡ଼ିଥାଏ। ଏଥିସହିତ ପ୍ରଥମ ନିଜ କଲେଜ ରେ ସିଲେକ୍ସନ ପରେ ବାଟାଲିୟନ ଏବଂ ଆରଡିସି ୧,୨ ଓ ୩ ରେ ସିଲେକ୍ସନ ହେବାକୁ ପଡ଼ିଥାଏ। ଦୀର୍ଘ ତିନି ମାସ ଧରି ନବରଙ୍ଗପୁର ଜିଲ୍ଲାରେ ଗଣତନ୍ତ୍ର ଦିବସ କ୍ୟାମ୍ପ ପାଇଁ ପ୍ରସ୍ତୁତି କରିଥିଲେ। ଏହି ସବୁ କ୍ୟାମ୍ପ କରିବା ପରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟ୍ଟଳ ବିହାରୀ ମହାବିଦ୍ୟାଳୟ ର ୨୦୨୩- ୨୬ ଶିକ୍ଷା ବର୍ଷ ର ଛାତ୍ର ସମର ଶିକ୍ଷାର୍ଥୀ ବାହିନୀର ସିନିୟର୍ ଅଣ୍ଡର ଅଫିସର ବିଶ୍ବଜିତ ଦାସ ଦିଲ୍ଲୀ ରେ ଜନରାଜ୍ୟ ଦିବସ ପାଳନ ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ଏହି ସବୁ କ୍ୟାମ୍ପ ରେ ମନୋନୀତ ହେବା ପରେ ଡିସେମ୍ବର ୨୮ ତାରିଖ ରେ ଦିଲ୍ଲୀ ରେ ଥିବା ଡ଼ିଜି କ୍ୟାଣ୍ଟିନ୍ ରେ ପହଞ୍ଚି ଥିଲେ ବିଶ୍ବଜିତ ଦାସ। ସମସ୍ତ ପ୍ରସ୍ତୁତି ପରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀ ରେ ହେଉଥିବା ପ୍ୟାରେଡ୍ ରେ ଅଂଶଗ୍ରହଣ କରିଥିଲେ ବିଶ୍ୱଜିତ। ଏହା ବାସୁଦେବପୁର ଅଟ୍ଟଳ ବିହାରୀ ମହାବିଦ୍ୟାଳୟ ର ପ୍ରଥମ କ୍ୟାଡେଟ୍ ଭାବରେ ଅଂଶଗ୍ରହଣ କରିଥିବା କାରଣରୁ ମହାବିଦ୍ୟାଳୟ ପକ୍ଷରୁ ବିଶ୍ବଜିତ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡା. ଚିନ୍ମୟୀ ସେନାପତି, ମୁଖ୍ୟ ଅତିଥି ଭାବରେ ସମର ଶିକ୍ଷାର୍ଥୀ ବାହିନୀ ର ଅଫିସର ମେଜର ଡ଼ଃ ପରେଶ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ଇତିହାସ ବିଭାଗ ର ଅଧ୍ୟାପକ ଦେବେନ୍ଦ୍ର ମାଝୀ, ଇଂରାଜୀ ଅଧ୍ୟାପକ ଜ୍ୟୋତି ସାର୍, ସମସ୍ତ ସିନିୟର୍ ଏବଂ ଜୁନିୟର୍ କ୍ୟାଡେଟ୍ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଉକ୍ତ ଗଣତନ୍ତ୍ର ଦିବସ କ୍ୟାମ୍ପ ରେ ଅଂଶଗ୍ରହଣ କରିଥିବା ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ୍ ମାନଙ୍କୁ ଭବିଷ୍ୟତ ରେ ସୈନିକ ରେ ଭର୍ତ୍ତି ହେବା ପାଇଁ ସ୍ବତନ୍ତ୍ର ପ୍ରବେଶ ସହିତ ସିଡିଏସ ପରୀକ୍ଷା ରେ ସମସ୍ତ ସୁବିଧା ମିଳିଥାଏ। ଏଥିସହିତ ତିନୋଟି ସୈନିକ ବିଭାଗ ର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ, ଉପ ରାଷ୍ଟ୍ରପତି ଙ୍କ ସହିତ ସାକ୍ଷାତ କରିବାକୁ ବିନା ବାଧାରେ ସୁଯୋଗ ମିଳିଥାଏ ବୋଲି ବରେଣ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *