ଗୁଣ୍ଡରୀ ପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ

ଦୁର୍ଗମ ଗମପେନୁରେ ଅତିରିକ୍ତ ଶ୍ରେଣୀ ଗୃହ, ଗୁଣ୍ଡରୀରେ ନୂତନ ବଜାର ଉଦଘାଟିତ 

ଲାଞ୍ଜିଗଡ଼, ୩୦/୧(ଖବର)ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡରୀ ପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଆଜି ବିଧାୟକ ଶ୍ରୀ ଦିଶାରୀ ଗୁଣ୍ଡୁରୀ ପଞ୍ଚାୟତର ଦୁର୍ଗମ ଗମପେନୁ ଗାଁକୁ ଯିବା ସହିତ ସେଠାରେ ନବନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଉଦଘାଟନ କରିଥିଲେ। ବିଧାୟକଙ୍କ ସହିତ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଡିଓ ଶଶାଙ୍କ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, କ୍ଲଷ୍ଟର ସଂଯୋଜକ ମନୋଜ ସାହୁ, ସରପଞ୍ଚ ହରିପ୍ରିୟା ମାଝୀ, ସମିତିସଭ୍ୟା ପଦ୍ମିନୀ ରାଉତ, ନାଏବ ସରପଞ୍ଚ କାନ୍ତି ମାଝୀ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୃତିରଞ୍ଜନ ରଥ ଓ ସହକାରୀ ଶିକ୍ଷକ ଦାମୋଦର ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଗୁଣ୍ଡୁରୀଠାରେ ନବନିର୍ମିତ ନୂତନ ବଜାରଗୃହକୁ ବିଧାୟକ ଲୋକାର୍ପଣ କରିଥିଲେ। ଏହି ଅବସରରେ ବିଧାୟକଙ୍କ ସହିତ ଉପରୋକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉପେନ୍ଦ୍ର ରାଉତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ସମାଜସେବୀ ହରିଶଙ୍କର ପାତ୍ର, ତରୁଣ କୁମାର ଦାସ, କପୁରଚନ ମାନୀ, ରାମ ନାଏକ, ବିଜୟ ରାଉତ, ହରେକୃଷ୍ଣ ସାହୁ, ଗୋବିନ୍ଦ ଦୋରା, ରବୀନ୍ଦ୍ର ମାଝୀ, ବରୁଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *