ବିଧାୟକଙ୍କ ଦ୍ଵାରାପଦ୍ମ ତୋଳା ନାଳ ର ଭିତ୍ତିପ୍ରସ୍ତର ସ୍ଥାପନ।
ପାତ୍ରପୁର, ୨୭/୦୧ : ପାତ୍ରପୁର ବ୍ଲକର ଖମ୍ବାରି ଗାଁ ପଞ୍ଚାୟତ ଖଣ୍ଡଦେଉଳି ଗ୍ରାମର ପଦ୍ମତୋଳା ନାଳ ଉପରେ ଉନ୍ନତିକରଣ ସହ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ କୋରକୋମଳରେ ସମବାର ଅନୁଷ୍ଠିତ ହେଇଯାଇଛି। ଜଳ ସମ୍ପଦ ବିଭାଗ ତରଫରୁ ପ୍ରାୟ (୭୦. ୭୬) ସତୁରି ଲକ୍ଷ ଛଅସ୍ତରୀ ହଜାର ଟଙ୍କା ରେ ହେବାକୁ ଥିବା ଏହି ସେତୁ ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଖଣ୍ଡଦେଉଳି ଓ ଏହାର ଆଖପାଖ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିବ ଏବଂ ଯାତାୟତ ସୁବିଧାରେ ଏକ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିଥିବା ଯଗୁ ଖଣ୍ଡଦେଉଳି ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ଦେଖିବାକୁ ମିଳିଛି।। ଏହି ଅବସରରେ ବିଧାୟକଙ୍କ ସହଧର୍ମିଣୀ ତଥା ଜିଲ୍ଲା ଉପସଭାପତି, ଚିକିଟି ନିର୍ବାଚନ ମଣ୍ଡଳୀ ସାସଂଦ ପ୍ରତିନିଧି ଶ୍ରୀମତୀ ମୀନା ଦ୍ୟାନ ସାମନ୍ତରା, ବ୍ଲକ ଅଧ୍ୟକ୍ଷା ୱାଇ. ସଂଯୁକ୍ତା, ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ ଙ୍କ ସମେତ ବହୁ ସରପଞ୍ଚ, ଦୁଇ ମଣ୍ଡଳ ସଭାପତି ଓ ଦଳର କର୍ମୀମାନେ ଏହି ଶୁଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଚିକିଟି ବିଧାନସଭା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଆମର ଅଗ୍ରାଧିକାର। ପଦ୍ମତୋଳା ନାଳର ଉନ୍ନତିକରଣ ଓ ସେତୁ ନିର୍ମାଣ କେବଳ ଗ୍ରାମାଞ୍ଚଳର ସଂଯୋଗୀକରଣକୁ ସୁଦୃଢ଼ କରିବ ନାହିଁ, ବରଂ କୃଷି ଉତ୍ପାଦନରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମସ୍ତ କ୍ଷେତ୍ରରେ ଗ୍ରାମବାସୀଙ୍କ ଜୀବନଯାତ୍ରାକୁ ସହଜ କରିବ ବୋଲି ବିଧାୟକ ନିଜ ଅଭିଭାଷଣରେ ମତ ପ୍ରକାଶ କରିଛନ୍ତି।ଏହି କାଯ୍ୟକ୍ରମ ରେ ଜଳ ନିକାସନ ବିଭାଯନ ର ନିର୍ବାହି ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ସହକାରୀ ନିର୍ବାହି ଯନ୍ତ୍ରୀ ଭଗବାନ ରଥ, ସହକାରୀ ଯନ୍ତ୍ରୀ ତାପସ କୁମାର ବେହେରା ଉପସ୍ଥିତ ଥିଲେ।
