ଉଦୟନାଥ ମହାବିଦ୍ୟାଳୟରେ କର୍ତ୍ତବ୍ୟବୋଧ ଦିବସ ପାଳିତ
ନିଆଳୀ (ଖବର )ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା ଶାଖା ପକ୍ଷରୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଉଦୟନାଥ ମହାବିଦ୍ୟାଳୟରେ କର୍ତ୍ତବ୍ୟବୋଧ ଦିବସ ପାଳିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଭୂଗୋଳ ବିଭାଗର ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ଡ . ଶିବବ୍ରତ ଦାଶ, ମୁଖ୍ୟ ଅତିଥି ଭାବେ ଡଃ ନାରାୟଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଗୋଳମାଳ ପତ୍ରିକାର ସମ୍ପାଦକ ମାଧବ ଚନ୍ଦ୍ର ସ୍ୱାଇଁ, ଏଓପିଏର ଜେନେରାଲ ସେକ୍ରେଟାରୀ ଡ. ସଚିନ୍ଦ୍ର ରାଉଳ ଓ ଉଦୟନାଥ କଲେଜର ଅଧ୍ୟକ୍ଷା ଡ. ଲୁଲୁମିନା ଦାଶ ଯୋଗ ଦେଇଥିଲେ। ଦର୍ଶନ ବିଭାଗର ଅର୍ଜୁନ ରାଉତ ଅତିଥି ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ। ଦର୍ଶନ ବିଭାଗର ବରିଷ୍ଠ ଅଧ୍ୟାପିକା ଡ. ଚାରୁଲତା ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ନିର୍ମଳ କୁମାର ପ୍ରଧାନ, ମିଲି ଭୂୟାଁ, ହରିହର ସାହୁ, ଜ୍ୟୋତିର୍ମୟୀ ରାଉତରାୟ, ସୁଭସ୍ମିତା ସାହୁ, ସୌଦାମିନୀ ସେନାପତି ସହଯୋଗ କରିଥିଲେ।
