ଖରଭୂଇଁ କ୍ରସର ରୁ ବେଆଇନ ପଥର ଚୋରା ଚାଲାଣ ପ୍ରସଙ୍ଗ
ଜଣଙ୍କୁ ଫାଇନ ଜଣଙ୍କୁ ନାଇଁ.. ଜିଲ୍ଲା ଖଣି ଅଧିକାରୀଙ୍କ ପ୍ରିୟାପ୍ରୀତି କାହିଁକି ???
ବୌଦ୍ଧ,30/1 (ଭାଗବତମେହେର):ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଭବାନି କ୍ରସର ଓ ରାମଚଣ୍ଡୀ କ୍ରସରରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ନେଇ ଗତ ଗୁରୁବାର ଦିନ ବୌଦ୍ଧ ଏନ୍ଫୋର୍ସମେଣ୍ଟ ଟିମ ହାବୁଡ଼ରେ ପଡିଥିଲା ଦୁଇଟି ହାଇବା ଗାଡି! ଏପରିକି ଦୁଇ ହାଇବାକୁ ଜିଲ୍ଲା ଖଣି ବିଭାଗ ଜବଦ ମଧ୍ୟ କରିଥିଲା । ଘଟଣା କୁ ନେଇ ବୌଦ୍ଧ ଜିଲ୍ଲା ଖଣି ଅଧିକାରୀ ଙ୍କୁ ପଚାରିବାରୁ ପ୍ରଥମରୁ ହି ଅଧିକାରୀଙ୍କ ସ୍ପଷ୍ଟ ଓ ସନ୍ତୋଷ ଜନକ ଉତ୍ତର ମିଳିନଥିଲା! ଯାହା ଫଳରେଜବଦ ଘଟଣା କୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା ! ଖଣି ଅଧିକାରୀ ଙ୍କ କହିବା ଅନୁଯାଇ ଭବାନୀ କ୍ରସର ର ଗୋଟିଏ ଗାଡି କୁ ଜବଦ ପରେ ଆଣି ହରଭଙ୍ଗା ଥାନା ହେପାଜତ କୁ ନିଆଜିଥିଲା! କିନ୍ତୁ ଅନ୍ୟ ଏକ ଗାଡିର ର ଡ୍ରାଇଭର ଫେରାର ଥିବାରୁ ପଥର ଲୋଡିଂ ହାଇବା କୁ କ୍ରସର ମଧ୍ୟରେ ଛାଡି ଦିଆଯିଥିଲା ! କୌଣସି କାଗଜ ପତ୍ର ନଥାଇ ବେଆଇନ ପଥର ପରିବହନ ହେଉଥିବା ଗାଡି କୁ ଜବଦ କରାଯାଇଛି! ଏବଂ ଗୋଟିଏ ଗାଡି ଥାନା କୁ ଅଣାଯାଉଥିବା ବେଳେ ଅନ୍ୟ ଗାଡି କୁ ଛାଡି ଦିଆଯିବା! ଏପରିକି ଭବାନୀ କ୍ରସର କୁ ଫାଇନ କରାଯଇଥିବା ବେଳେ ଜବଦ ତିନିଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାମଚଣ୍ଡୀ କ୍ରସର କୁ ଫାଇନ କରାନଯିବା ! ଅନ୍ୟପଟେ ଭବାନୀ କ୍ରସର କୁ ହୋଇଥିବା ଫାଇନ ଆଦାୟ ଅର୍ଥ ପରିମାଣ କେତେ ଓ ରାମଚଣ୍ଡୀ ହାଇବା ଗାଡି କୁ କାହିଁକି ଫାଇନ ହୋଇନି ବୋଲି ପଚାରିବାରୁ ଜିଲ୍ଲା ଖଣି ଅଧିକାରୀ ଏସବୁ ଜିନିଷ କୁହାଯାଇପାରିବ ନାହିଁ! ଉପରୁ ଯାହା ନିର୍ଦେଶ ଅଛି ସେତିକି ସୂଚନା ଦିଆଯିବ ବୋଲି କହୁଥିବା ବେଳେ କାହିଁକି ରାମଚଣ୍ଡୀ କ୍ରସର ପ୍ରତି ଜିଲ୍ଲା ଖଣି ଅଧିକାରୀ ଙ୍କ ପ୍ରିୟାପିତି ଯାହାକି ଜିଲ୍ଲା ଖଣି ଅଧିକାରୀଙ୍କ ସ୍ୱଛତା କାର୍ଯ୍ୟ ତାକୁ ନେଇ ବର୍ତମାନ ପ୍ରଶ୍ନ ଉଠୁଛି! ସୂଚନା ଥାଉକି ଅଞ୍ଚଳରେ ଦୈନିକ ଭାବେ ବେଆଇନ କ୍ରସରରୁ ଶତାଧିକ ଟନ୍ ପଥର ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ, ସମ୍ପୃକ୍ତ ବିଭାଗର ଭୂମିକା ସଦା ନିରବ ଦ୍ରଷ୍ଟା ସାଜୁଛି। ଫଳରେ ଜଙ୍ଗଲ ଓ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ୁଥିବା ସତ୍ତ୍ୱେ ବେଆଇନ କ୍ରସର ଉପରେ ନିୟମିତ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ, ସେନେଇ ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି। ହାଇବା ଜବଦ ଘଟଣା ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନଙ୍କୁ ବାରମ୍ବାର ପଚାରାଯାଇଥିବା ବେଳେ ଘଟଣା ଉପରେ ସ୍ପଷ୍ଟତା ରଖି ନଥିବାରୁ କୌଣସି ସୂଚନା ମିଳିପାରିନାହିଁ । ଯାହାକି ଖଣି ବିଭାଗର ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ନିୟମ ପାଳନ ପ୍ରତି ପ୍ରଶ୍ନ ଉଠୁଛି। ଏପରିକି ତହସିଲଦାର କିମ୍ବା ଥାନା ଅଧିକାରୀ ଙ୍କୁ ପଚାରିଲେ ମାଇନିଂ ଅଫିସର କହିବେ ମାଇନିଙ୍ଗ ଅଫିସର ଙ୍କୁ ପଚାରିଲେ ବାବୁ ଙ୍କ ସନ୍ତୋଷ ଜନକ ଉତ୍ତର ଗଣ ମାଧ୍ୟମକୁ ମିଳୁନି! ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି!
