ମଧ୍ୟମ ବର୍ଗ ଓ ନୂତନ ମଧ୍ୟବର୍ଗଙ୍କ ଉପରେ ‘ଦ୍ରବ୍ୟ ଓ ସେବା କର’ ର ସାମାଜିକ-ଆର୍ଥିକ ପ୍ରଭାବ ବିଷୟରେ ଜାତୀୟ ଆଲୋଚନା ଚକ୍ର

ଦ୍ୱିତୀୟ ବୈଷୟିକ ଅଧିବେଶନ ପ୍ରଶାସନିକ ଓ ନୀତିଗତ ଦୃଷ୍ଟିକୋଣ ଉପରେ କେନ୍ଦ୍ରିତ ଥିଲା। ସିଟି ଏବଂ ଜିଏସଟି, ଓଡିଶାର ଯୁଗ୍ମ କମିଶନର, ଓଡ଼ିଶା ଏ କ୍ଷେତ୍ରରେ ଵିଧି ଅନୁପାଳନ ଏବଂ ତାହାର ସାମାଜିକ-ଆର୍ଥିକ ପ୍ରଭାବ ସମ୍ବନ୍ଧରେ ବ୍ୟବହାରିକ ଅନୁଭବ ଦର୍ଶାଇ ଥିଲେ l ଏନସିଡିଏସ୍‌ର ପୂର୍ବତନ ପ୍ରଫେସର ଜିଏସଟିର ଦୀର୍ଘକାଳୀନ ବିକାଶ ଉପରେ ତାଙ୍କ ଅନୁଭବ ଓ ମତାମତ ରଖିଥିଲେ। ସମସ୍ତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ ଓ ସମାଲୋଚନାତ୍ମକ ଚର୍ଚ୍ଚା ଦେଖିବାକୁ ମିଳିଥିଲା।
ଉଦଯାପନୀ ଅଧିବେଶନରେ ମଧ୍ୟମ ବର୍ଗର ସହନଶୀଳତା ଓ ସମାବେଶୀ କର ନୀତି ସମ୍ବନ୍ଧୀୟ ପ୍ରମୁଖ ଅନୁଭୂତିମାନଙ୍କର ନିଯ୍ୟାସ ସଂକଳନ କରାଯାଇଛି । ଏନସିଡିଏସ୍‌ର ସଚିବ ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହାନ୍ତି ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
ଆଲୋଚନା ଚକ୍ର ଶେଷରେ ଆବାହକ ଡଃ.ବିଶ୍ୱବାସ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଅଂଶଗ୍ରହଣ କାରୀମାନଙ୍କୁ ଆଗାମୀ ଦିନରେ ଅଧିକ ଆଲୋଚନା ପାଇଁ ଉତ୍ସାହିତ ଏବଂ ପ୍ରେରଣା ଦେଇଥିଲେ l ସାମଗ୍ରିକ ଭାବେ ଏହି ଆଲୋଚନା ଚକ୍ର ଏନସିଡିଏସ୍‌ର ସଚେତନ ନୀତି, ଆଲୋଚନାକୁ ପ୍ରୋତ୍ସାହନ ଦେବା, ଆଧୁନିକ ଆର୍ଥିକ ପ୍ରସଙ୍ଗରେ ବିଷୟରେ ଏହାର ଗବେଷଣା ବୃଦ୍ଧି କରିବା ପ୍ରତି ଅଙ୍ଗୀକାରବଦ୍ଧତାକୁ ସୁଦୃଢ କରିଛି ।

Leave a Reply

Your email address will not be published. Required fields are marked *