ବିଶ୍ୱ କରାଟେ ଫେଡେରେସନ ଜଜ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ରାଜୀବ ସିଂ

ବଣାଇ, ୨O/0୨ /୧୬(ଡମ୍ବରୁ ପ୍ରଧାନ) ୱାର୍ଲଡ କରାଟେ ଫେଡେରେସନ, (ଡବ୍ଲୁ.କେ.ଏଫ) ପକ୍ଷରୁ ୟୁନାଇଟେଡ଼ ଆରବ ଏମିରାଟ୍ସ ର ଫୁଜେରାହ ଠାରେ ଚଳିତ ମାସ ୭ରୁ ୧୫ରିଖ ପର୍ଯନ୍ତ କରାଟେ ପ୍ରତିଯୋଗିତା ର ନୂତନ ନିୟମାବଳୀ ସେମିନାର, ବିଚାରକ ପରୀକ୍ଷା ଓ ବିଶ୍ୱ କରାଟେ ୱାନ ୟୁଥ ଲିଗ ଚାମ୍ପିୟନସିପ-୨O୨୬ ଆୟୋଜିତ ହୋଇଯାଇଛି l ଚାମ୍ପିୟନସିପ ପାଇଁ ବିଶ୍ୱ ର ୯୩ ଦେଶରୁ ୨୨୩୬ କରାଟେ କ୍ରୀଡ଼ାବିତ ଓ ବିଚାରକା ପରୀକ୍ଷା ପାଇଁ ପ୍ରାୟ ୩୫O ଜଣ ଅଫିସିଆଲ ଏଥିରେ ଅଂଶଗ୍ରହଣ କରିଥିଲେ l ଓଡିଶା ରାଜ୍ୟ କରାଟେ ଆସୋସିଏସନ (ଓସ୍କା) ର ସଭାପତି ହାଂଶୀ ଡ଼. ହରିପ୍ରସାଦ ପଟ୍ଟନାୟକ ଓ କରାଟେ ଇଣ୍ଡିଆ ଅର୍ଗାନାଇଜେସନ, (କିଓ) ର ସଭାପତି ହାଂଶୀ ଭାରତ ଶର୍ମା ଙ୍କ ଦ୍ୱାରା ମନୋନୀତ ହୋଇ ଓଡିଶା ରୁ ଏକମାତ୍ର ଅଫିସିଆଲ ଭାବେ ରାଜୀବ କୁମାର ସିଂ ଭାରତକୁ ପ୍ରତିନିଧିତ୍ୱ କରି ନୂତନ ନିୟମାବଳୀ ସେମିନାର ରେ ସଫଳ ଅଂଶଗ୍ରହଣ ପରେ ଆୟୋଜିତ ଜଜ ପରୀକ୍ଷାରେ ଅଂଶଗ୍ରହଣ କରି ସଫଳତାର ସହ ଉତୀର୍ଣ୍ଣ ହୋଇ ଓଡିଶା ର ପ୍ରଥମ ଡବ୍ଲୁ.କେ.ଏଫ ଜଜ ହେବାର ଗୌରବ ଅର୍ଜନ କରିବାସହ ବିଶ୍ୱ କରାଟେ ୱାନ ୟୁଥଲିଗ ଚାମ୍ପିୟନସିପ- ୨O୨୬ ରେ ପ୍ରଥମ ଓଡିଆ ଅଫିସିଆଲ ଭାବେ ଦାୟିତ୍ୱ ତୁଲାଇଥିଲେ l କରାଟେ କ୍ରୀଡାରେ ୭ମ ଡାନ ବ୍ଲାକବେଲ୍ଟ ଧାରୀ ରାଜୀବ ସିଂ ଦୀର୍ଘ ୪Oବର୍ଷରୁ ଉର୍ଦ୍ଧ ସମୟଧରି କରାଟେ କ୍ରୀଡା ଓ ମହିଳା ଆତ୍ମାରକ୍ଷା କ୍ଷେତ୍ର ରେ କାର୍ଯ୍ୟ କରିଆସୁଛନ୍ତି, ବିଗତ ବର୍ଷରେ ସେ ଏସିୟ କରାଟେ ଜଜ ଓ କୋଚର ମାନ୍ୟତା ହାସଲ କରିଥିଲେ, ଉତ୍କଳ କରାଟେ ସ୍କୁଲ ରାଉରକେଲା ଶାଖାର ମୁଖ୍ୟ ପ୍ରଶିକ୍ଷକ ରାଜୀବ ଆସନ୍ତା ଦିନମାନଙ୍କରେ ଓସ୍କା ଓ କିଓ ମାଧ୍ୟମରେ କରାଟେ କ୍ରୀଡାର ପ୍ରଚାର ପ୍ରସାର ପାଇଁ କାମ କରିବେ ବୋଲି ମତ ପ୍ରକାଶ କରିଛନ୍ତି l ଏହି ସଫଳତା ପାଇଁ କିଓ ର ସଭାପତି ହାଂଶୀ ଭାରତ ଶର୍ମା, ଓସ୍କାର ସଭାପତି ହାଂଶୀ ଡ଼ ହରିପ୍ରସାଦ ପଟ୍ଟନାୟକ, ସମ୍ପାଦିକା ଡ଼ ଗୌରୀ ମହାନ୍ତି, ରାଉରକେଲା କରାଟେ ଆସୋସିଏସନ ର ସଭାପତି ତଥା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ସହ କିଓ,ଓସ୍କା , ବାସନ୍ତୀ ସଂସ୍କୃତିକ ପରିଷଦ, ରାଉରକେଲା ସହର ସେବା ସମିତି ଆଦି ସଂଗଠନର ସଦସ୍ୟ ଓ କର୍ମକର୍ତାଙ୍କ ସହ ଅନେକ କ୍ରୀଡା ପ୍ରେମୀ ରାଜିବ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି l ଆଜି ରାଉରକେଲା ଫେରିବା ଅବସରରେ ଉତ୍କଳ କରାଟେ ସ୍କୁଲ ର ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ରାଉରକେଲା ରେଳ ଷ୍ଟେସନ ରେ ରାଜୀବ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

Leave a Reply

Your email address will not be published. Required fields are marked *