ରୁଦ୍ର ସିନ୍ଧୁ ଖଣି ର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି
ବଣାଇ,୨୦/୦୨/୨୬(ଡମ୍ବରୁ ପ୍ରଧାନ) ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ତହସିଲ ଅନ୍ତର୍ଗତ ୬୫.୭୧ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଭଞ୍ଜପାଲି କୋଇଡ଼ା ଓ ତେହେରାଇ ମାଙ୍ଗାନିଜ ଖଣିର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଖଣିର ମାଙ୍ଗାନିଜ ଉତ୍ପାଦନ କ୍ଷମତା ବର୍ଷକୁ ୬୦୦୦ ଟିପିଏ (ଟନ ପ୍ରତି ବର୍ଷ) ରହିଥିବାବେଳେ, ଏହାକୁ ବୃଦ୍ଧି କରି ୭୦,୦୬୩ ଟିପିଏ କରିବାକୁ ପ୍ରସ୍ତାବ ରହିଛି। ଏହି ଉତ୍ପାଦନ କ୍ଷମତା ବୃଦ୍ଧି ପୂର୍ବରୁ ପରିବେଶ ସୁରକ୍ଷା ନିୟମାବଳୀ ଅନୁଯାୟୀ ଆବଶ୍ୟକ ପରିବେଶ ଅନୁମୋଦନ ପ୍ରକ୍ରିୟାର ଅଂଶ ଭାବେ ସର୍ବସାଧାରଣ ଜନ ଶୁଣାଣୀ ଆୟୋଜନ କରାଯାଇଅଛି। ଏହି ଜନ ଶୁଣାଣୀରେ ଖଣି ରାଜସ୍ୱ ଗ୍ରାମ ବାସୀ ସହିତ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ଓ ଜନାର୍ଦ୍ଦନ ଦେହୁରୀ ସମାଜ ସେବୀ କୁସ ଆପଟ୍ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରାଣୀ ଲୋହାର ସମାଜ ସେବୀ ଦିବାକର ନାଏକ , ଆନନ୍ଦ ବାରିକ୍ ଓ ସମସ୍ତ ସ୍ଥାନୀୟ ଲୋକମାନେ, ପ୍ରଭାବିତ ଅଞ୍ଚଳର ବାସିନ୍ଦା ଏବଂ ସମ୍ବନ୍ଧିତ ହିତଧାରୀମାନେ ନିଜର ମତାମତ, ପ୍ରସ୍ତାବ ଓ ଆପତ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରକ୍ରିୟା ମାଧ୍ୟମରେ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବ ଓ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସାଧାରଣ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ତାହା ଆଧାରରେ ଆଗାମୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ମତ ପ୍ରକାଶ କରିଛନ୍ତି
ରୁଦ୍ର ସିନ୍ଧୁ ଖଣି ର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି
