ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ

ବଣାଇଁ,୫/୩ (ଡମ୍ବରୁ ପ୍ରଧାନ ) ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ ବଣାଇ ବନଖଣ୍ଡ କାର୍ଯ୍ୟାଳୟ ପରିସରରୁ ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରାଯିବା ସହ ବଣାଇଁ ର ୟୋଥ କ୍ଲବ୍ ଯୁବଗୋଷ୍ଠୀଙ୍କୁ ନେଇ ଏକ ସଚେତନତା ବାଇକ୍ ରାଲିର ଆୟୋଜନ ହୋଇଯାଇଛି I ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି I ଆଗକୁ ଗ୍ରୀଷ୍ମପ୍ରବାହ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ମନୁଷ୍ୟ କୃତ୍ୟ ନିଆଁ ଲାଗିଯିବାରୁ ଜଙ୍ଗଲ ସହିତ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡିଥାନ୍ତି । ଏଣୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତାର ବାର୍ତା ନେଇ ଏହି ରଥ ପ୍ରତ୍ୟେକ ଗାଁ କୁ ଗାଁ ସହ ପ୍ରତ୍ୟେକ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ଅନୁଷ୍ଠାନ କୁ ବୁଲିବ I ଏହା ବଣାଇ ବନଖଣ୍ଡ ର ସାତ ଗୋଟି ବନାଞ୍ଚଳ ସୋଲ , ଜର୍ଡା , ତାମଡା, ବଣାଇଁ କୁଳିପୋଷ ବରସୁଆଁ କୋଇଡା ଇତ୍ୟାଦି ର ବିଭିନ୍ନ ଗାଁ ବୁଲି ଜଙ୍ଗଲ ସହ ଜୀବଜନ୍ତୁ ଏବଂ ପରିବେଶ ର ସୁରକ୍ଷା ବାର୍ତା ପ୍ରଚାର କରିବ I ଜଙ୍ଗଲରେ ନିଆଁ ନିୟନ୍ତ୍ରଣ , ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାର ବାର୍ତା ନେଇ ଏହି ରଥ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜଙ୍ଗଲ ବିଭାଗର ଏହା ଏକ ଅଭିନବ ପ୍ରୟାସ I ସହକାରୀ ବନ ସଂରକ୍ଷକ ଦୁର୍ଯ୍ୟୋଧନ ଜେରେଇ, ନଳିନୀ କାନ୍ତ ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣାଇଁ ରେଞ୍ଜ ଅଧିକାରୀ ଦେବାଶିଷ ନାୟକ, ଫରେଷ୍ଟର ମାନସ ରଞ୍ଜନ ସାହୁ ଙ୍କ ସମେତ ୟୋଥ କ୍ଲବ୍ ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ବାଇକ୍ ରାଲି ବଣାଇଁ ବନଖଣ୍ଡ କାର୍ଯ୍ୟାଳୟରୁ ବାହାରି ଲଲେଇ ଛକ ଦେଇ କୁଳିପୋଷ ରେଞ୍ଜ ର ବିଭିନ୍ନ ଗ୍ରାମ ପରିକ୍ରମା କରି ଡଲେଇସରା ର ପହଞ୍ଚିବା ପରେ ସେଠାରେ ଏକ ସଚେତନତା ସଭା ଦ୍ଵାରା ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *