ଉଦଯାପିତ ହେଲା ଚତୁର୍ଥ ହରଭଙ୍ଗା ଲୋକ ମହୋତ୍ସବ

ବୌଦ୍ଧ 31/1 ( ଭାଗବତ ମେହେର) ବୌଦ୍ଧ ଜିଲ୍ଲା ହରଭଙ୍ଗା ମହୋତ୍ସବ ହରଭଙ୍ଗା ସ୍ଥିତ ହାଇସ୍କୁଲ୍ ପଡ଼ିଆଠାରେ ଅନୁଷ୍ଠିତ ପଞ୍ଚଦିବସୀୟ “ଚତୁର୍ଥ ହରଭଙ୍ଗା ଲୋକ ମହୋତ୍ସବ” ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଶେଷ ଦିନରେ ଏକ ପ୍ରକାର ଜନସମୁଦ୍ରରେ ପରିଣତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ବୌଦ୍ଧ ବିଧ୍ୟାୟକ ଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ, ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ସମାଜ ସେବୀ ଯୁଗଳ ସାହୁ ଅତିଥି କୁସଙ୍ଗ ସରପଞ୍ଚ ରଞ୍ଜିତ ବେହେରା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ଜନପ୍ରତିନିଧିମାନେ ଅତିଥି ଭାବେ ଯୋଗ ଦେଇ ହରଭଙ୍ଗାର ଐତିହ୍ୟ, ପରମ୍ପରା ଓ ଲୋକକଳାର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ।ମହୋତ୍ସବ କମିଟିର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସରୋଜ ଭୋକ୍ତା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବେଶ୍ ଆକର୍ଷଣୀୟ ସମ୍ବଲପୁରୀ ମେଲୋଡି ସୀଙ୍ଗର ଇପ୍ସୀତା ସାହୁ ପୀତବାସ ସତପଥୀ, ଶାନ୍ତନୁ ମୁନା, ଟୁଇଙ୍କିଲ୍ ମହାପାତ୍ର ଏବଂ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଦୁଲଦୁଲି, ଗୋଟିପୁଅ ନୃତ୍ୟ, ଶବର ନାଚ ଏବଂ କଲେଜ୍ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଙ୍ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ମା’ ରୁଦ୍ରକାଳୀଙ୍କ ମନ୍ଦିରରୁ ଆସିଥିବା ମଶାଲକୁ ଶାସ୍ତ୍ରୀୟ ପରମ୍ପରାରେ ବିଦାୟ ଦିଆଯାଇଥିଲା।

ଏହି ପାଞ୍ଚ ଦିନ ମଧ୍ୟରେ ମହୋତ୍ସବ ପଡ଼ିଆରେ ମିନବଜାର, ରାମଦୋଳି ଏବଂ ବିଭିନ୍ନ ଖାଦ୍ୟ ଷ୍ଟଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ହରଭଙ୍ଗା ସମେତ ଆଖପାଖ ସାତଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ସହଯୋଗ ସହିତ ଏହି ସାଂସ୍କୃତିକ ମହାକୁମ୍ଭର ଭରପୂର ମଜା ନେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟପୋଲିସଓସ୍ୱେଚ୍ଛାସେବୀମାନେ ନିୟୋଜିତ ହୋଇଥିଲେ। ମହୋତ୍ସବ କମିଟିର ସଦସ୍ୟ ସୁଶୀଳ ଗୁପ୍ତା, ପ୍ରମୋଦ ଖମାରି, ଅନୀଲ ସିଂ, ବାବୁଲୁ ଖଡିରତ୍ନ, ସଂଜୀବ ସାହୁ,ମାନରଞ୍ଜନ ନାଏକ, ଶିବାଜି ବାରିକ, ମକୁନ୍ଦ ବାରିକ , ରାଜୀବ ନାଏକ, ପ୍ରଦୀପ ନାୟକ ସୌମ୍ୟରଞ୍ଜନ ସାହୁ, ସିଦ୍ଧାନ୍ତ ନାଏକ, ଶାନ୍ତନୁ ମହାରଣା ଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ମିଳିତ ସାମିଲ୍ ଥିଲେ|ଏହି ମହୋତ୍ସବ ସଫଳତାର ସହ ସମାପ୍ତ ହୋଇଛି। ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀ, ସହଯୋଗୀ ଓ ଦର୍ଶକଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆନନ୍ଦମାର୍ଗ ଉନିଭର୍ଶଲ୍ ରିଲିଫ୍ ପାଣ୍ଠି ତରଫରୁ ଗରିବ ତଥା ଛୋଟ ଛୋଟ ଛୁଆ ମାନଙ୍କୁ ଆନନ୍ଦପେୟ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *