ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ର ଆକ୍ସନ୍ ମୁଡ୍: ଦୈନିକ ଚାଲିଛି ଗଞ୍ଜେଇ ରେଡ

ବୌଦ୍ଧ, ୧୯/୦୨ ( ଭାଗବତ ମେହେର) ବୌଦ୍ଧ ଏକ୍ସାଇଜ୍ ବିଭାଗର ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଦ୍ୱାରା ଗତକାଲି ଗଞ୍ଜେଇ ସମେତକାର ଜବଦ ପରେ ଆଜି ବୌଦ୍ଧ ଥାନା ଅଧୀନ ରୋହିଣୀପଦର ଗ୍ରାମ ଛକ ନିକଟରେ ଏକ ଏନଡିପିଏସ୍  ମାମଲା ରୁଜୁ କରାଯାଇଛି।ଏହି ଘଟଣାରେ ଗୁଡବାହାଲି ଗ୍ରାମର ସୁଜିତ ମହାନନ୍ଦିଆ ( ୩୦ )ଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ୧୮ କେଜି ଗଞ୍ଜେଇ  ଜବତ କରାଯାଇଥିବା ସହ ଓଡି–୨୭–ଇ–୧୭୧୦ ନମ୍ବର ଥିବା ଏକ କଳା ରଙ୍ଗର ବଜାଜ୍ ମାକ୍ସିମା ଅଟୋ ମଧ୍ୟ ଜବତ କରାଯାଇଛି।ଏହି ସମ୍ବନ୍ଧରେ ପି.ଆର୍. ନମ୍ବର ୨୪୧/୨୦୨୫-୨୬ ଅନୁସାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ବୌଦ୍ଧ ଜିଲ୍ଲା ଓ ସେସନ୍ସ ଜଜ୍ ଅଦାଲତରେ ଉପସ୍ଥାପନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍, ବୌଦ୍ଧର ଉପ-ନିରୀକ୍ଷକ ସତ୍ୟ ନାରାୟଣ ପ୍ରଧାନ।

Leave a Reply

Your email address will not be published. Required fields are marked *