କୋଟପାଡ଼ (ଅଜୟ କୁମାର ମିଶ୍ର ) ଖବର :-ଆଜି କୋଟପାଡ଼ ଏସ ଏସ ଡି ବାଳିକା ବିଦ୍ୟାଳୟ ଠାରେ ଚଳିତ ବର୍ଷ ବାର୍ଷିକ ଉତ୍ସବ ବହୁଆଡମ୍ବରରେ ପାଳିତ ହୋଇଯାଇଛି, ଆଜିର ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୋଟପାଡ଼ ଏନ.ଏ.ସି ଅଧ୍ୟକ୍ଷ ଏମ ଶଙ୍କର ରାଓ,କୋଟପାଡ଼ ବ୍ଲକ ବିଡ଼ିଓ ସନ୍ଧ୍ୟାରାଣୀ ସମରଥ,ସନ୍ନମାନୀତ ଅତିଥି ଭାବରେ ଡି.ଡବ୍ଲୁ.ଓ ସୁନୀଲ ତାଣ୍ଡିଙ୍କ ସହିତ ସମସ୍ତ ମାନ୍ୟଗଣ ଅତିଥି,ମୁଖ୍ୟ ବକ୍ତା ଭାବରେ ଡ଼ଃ ରାଜେନ୍ଦ୍ର ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପୂର୍ବତନ ସଭାପତିଙ୍କ ସହିତ କୋଟପାଡ଼ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଛାତ୍ର,ଛାତ୍ରୀ ମାନଙ୍କ ଉପସ୍ଥିତରେ ବହୁ ସୁନ୍ଦର ଭାବରେ ଆୟୋଜନ ହୋଇଥିଲା,ଏହା ସହିତ ନିମନ୍ତ୍ରିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳାପୂଜାରୀ,ସି.ଆର.ସି.ସି,କୋଟପାଡ଼ ଅଞ୍ଚଳର ସମସ୍ତ ଏସ ଏସ ଡି ବିଦ୍ୟାଳୟ ମାନଙ୍କର ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ଜଗନ୍ନାଥ ଓ ଶ୍ରୀ ଗଣେଶଙ୍କ ଠାରେ ଦ୍ୱୀପ ପ୍ରଜ୍ବଳନ ସହିତ ଆରମ୍ଭ କରାଯାଇଥିଲା,ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବାର୍ଷିକ ବିବରଣୀ ପାଠ କରାଯାଇଥିଲା, ବିଶେଷ କରି ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା, ପରିଶେଷରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ପ୍ରଦର୍ଶନ କରି ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମନମୁଗ୍ଧ କରିବା ସହିତ ମନରଞ୍ଜନ କରିଥିବାର ଦେଖିବାକୁ ମିଳିଥିଲା,ଉପସ୍ଥିତ ସମସ୍ତ ଅତିଥି ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନ୍ଦର ପ୍ରଦର୍ଶନ କରିଥିବା ଛାତ୍ରୀ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଓ ନିଜ ନିଜ ଅବିଭାଷଣରେ ପ୍ରକାଶ କରିଥିଲେ
କୋଟପାଡ଼ ପି.ଏମ.ଶ୍ରୀ ଏସ.ଏସ.ଡି ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
