ବୌଦ୍ଧ ଜିଲ୍ଲା ରେ ବିଜୁ ବାବୁ ଙ୍କ ଜୟନ୍ତୀ: ଏକତାର ମଞ୍ଚରେ ଠିଆ ହେଲେ କର୍ମୀ
ଚାରିଛକ ସମେତ କଣ୍ଟାମାଳ ବି ବିଜୁ ବାବୁ ଙ୍କୁ ସ୍ମରଣକଲେ ନେତା ଓ କର୍ମୀ
ବୌଦ୍ଧ 5/3 ( ଭାଗବତ ମେହେର ) ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି! ଏନେଇ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ବୌଦ୍ଧ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ସମେତ ବୌଦ୍ଧ ସହର NAC ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଙ୍କ ସମେତ ଅନେକ ବରିଷ୍ଠ ବିଜେଡି ନେତା କର୍ମୀ ମାନେ ପହଁଚି ଥିଲେ! ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଦେବା ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା! ବିଜୁ ବାବୁ ଙ୍କ ଓଡିଶା ଓ ଭାରତ ମାଟି ପାଇଁ ନିସ୍ଵାର୍ଥପର ଅବଦାନ କୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ମତ ରଖିଥିଲେ! ଏହି କାର୍ଯ୍ୟକ୍ରମ ରେ ଅନେକ ବିଜେଡି ନେତା କର୍ମୀ ମାନେ ଯୋଗ ଦେଇଥିବା ବେଳେ ହରଭଙ୍ଗା ବ୍ଲକ ର ଚାରିଛକ, ବୌଦ୍ଧ ସହର ମହାନଦୀ ବ୍ରିଜ ଛକ, ସେହିପରି କଣ୍ଟାମାଳ ରେ ମଧ୍ୟ ଶତାଧିକ ବିଜେଡି କର୍ମୀ ଙ୍କୁ ନେଇ ଏହି ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି! ସେହିପରି ହରଭଙ୍ଗା ବ୍ଲକ ବିଜୁ ଜନତାଦଳ କମିଟି ପକ୍ଷରୁ ଚାରିଛକ ଠାରେ ସଭାପତି ପଙ୍କଜ କୁମାର ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଏହି ଅବସରରେ ଚାରିଛକସ୍ଥ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଧୂପଦାନ ସହ ବିଜୁ ବାବୁଙ୍କର ସ୍ମୃତିଗାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ରବିଚନ୍ଦ୍ର ପ୍ରଧାନ ସୁଶାନ୍ତ ପ୍ରଧାନ ଅବକାଶ ସାହୁ ପ୍ରଦୀପ କୁମାର ସାହୁ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି କରଞ୍ଜକଟା ସରପଞ୍ଚ ନିହାର ଘୋଷ ଗରୁଡ଼ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଅନେକ କର୍ମୀ ଯୋଗଦେଇଥିଲେ l
