ଆମ ଦୁଃଖ ଶୁଣୁଛି କିଏ ୪ ମାସ ଧରି ଭତ୍ତା ବନ୍ଦ, ହିତାଧିକାରୀ ଅସନ୍ତୁଷ୍ଟ
ବ୍ୟାଙ୍କ ତ୍ରୁଟିରେ ଅଟକିଥିଲା ଭତ୍ତା, ଦୁଇ ଦିନରେ ମିଳିବାନେଇ ଆଶ୍ୱାସନା
ବୌଦ୍ଧ 5/3 ( ଭାଗବତ ମେହେର ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନ ବିର୍ନରସିଂହପୁର ପଂଚାୟତ ର ମହାକୁଡ଼ପାଲି ଗ୍ରାମର ଅନେକ ହିତାଧିକାରୀ ଗତ ୪ ମାସରୁ ଅଧିକ ସମୟ ଧରି ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ହିତାଧିକାରୀମାନେ ପ୍ରଶାସନ ନିକଟରେ ଅନେକ ଅଭିଯୋଗ କରିଥିବା ସତ୍ୱେ ଫଳ ମିଳିନଥିବା କହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୃଦ୍ଧଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ଭଳି ମାସିକ ସହାୟତା ରାଶି ନ ମିଳିବାରୁ ଅସୁବିଧା ସମ୍ମୁଖୀନ ହୋଇଛନ୍ତି!। ଦୈନିକ ଜୀବନଯାପନରେ ଏହି ଭତ୍ତା ମୂଖ୍ୟ ଆଧାର ହେବାରୁ ଏହା ବନ୍ଦ ହେବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ହିତାଧିକାରୀ ଝରିଆ ମହାକୁଡ଼, ଯଦୁ ସେଠି, ବୁଧବାରୀ ଦନାୟକ, ମଞ୍ଜୁଲତା ମେହେର, କେଶବ ମେହେର, ଜଲତା ସେଠି, ସୁରମନି ଖେତୀ, ପଦ୍ମ ମେହେର ଭଳି 12 ଜଣ ଭତ୍ତା ପାଇନଥିବା ପ୍ରକାଶ କରିଛନ୍ତି । ଏନେଇ ହରଭଙ୍ଗା ବ୍ଲକର ବି ଏସ ଏସ ଓ ଅବିନାଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସମସ୍ତ ହିତାଧିକାରୀଙ୍କ ପାସବୁକ ଉତ୍କଳ ଗ୍ରାମିଣ ବ୍ୟାଙ୍କ ରେ ଥିବା ବେଳେ କିଛି ବ୍ୟାଙ୍କ ସମ୍ବନ୍ଧୀୟ ତ୍ରୁଟି ହେତୁ ଟଙ୍କା ଜମା ହେବାରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ସେହି ତ୍ରୁଟିର ସମାଧାନ ହୋଇଯାଇଥିବାରୁ ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ଜମା ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ କେବେ ମିଳିବ ହିତାଧିକାରୀ ଙ୍କୁ ଭତ୍ତା ତାହା ଦେଖିବାକୁ ଅପେକ୍ଷା!
