ପୌର ପରିଷଦର କାର୍ଯ୍ୟଧାରାକୁ ନିନ୍ଦା କଲେ ପୂର୍ବତନ ପୌର ଉପାଧ୍ୟକ୍ଷ।
ଜୟପୁର,୧୯।୨: (ଅଜୟ କୁମାର ବେହୁରିଆ )ସ୍ଥାନୀୟ ଏକ ସଭାଗୃହ ପରିସରରେ ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯୁନାରାୟଣ ରଥ ମୁନ୍ନା ରଥ ନାମରେ ପରିଚିତ ଏବଂ ସାଥିରେ ପୂର୍ବତନ ପୌର ସଭ୍ୟ ଏ ଶ୍ରିନୁଙ୍କ ସହ ଏକ ସାମ୍ୱାଦିକ ସମ୍ମିଳନୀରେ ଜୟପୁର ପୌର ପରିଷଦର ସ୍ଵତ୍ସତା ଠିକାକୁ ନେଇ ନିଜ ଅକ୍ରଶ ଜାହିର କରିଛନ୍ତି ଏହା ସହ ପୌର ଅଧକ୍ଷଙ୍କ ମିଥ୍ୟା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟକୁ ନେଇ ବର୍ଶିଥିଲେ। ଶ୍ରୀ ରଥଙ୍କ କହିବା ବାହୁଲ୍ୟ ଏହିକିଯେ ଆଗାମୀ ୨୮ ତାରିଖରେ ସ୍ୱଚ୍ଛତା ଠିକାର ଅନ୍ତିମ ଦିନ କିନ୍ତୁ ଏହି କିଛି ଦିନ ମଧ୍ୟରେ କେମିତି ଠିକା କାର୍ଯ୍ୟ ସମ୍ପାଦନ ହେବ ଅନ୍ତତ ପକ୍ଷେ ଠିକା ପାଇଁ ୬୦ ଦିନ ଆବଶକ୍ୟ ଏହା ପୂର୍ବରୁ ନେଇଥିବା ଠିକା ସଂସ୍ଥାକୁ ପୁଣୀ ପରକ୍ଷରେ ଦୁଇ ମାସ ଠିକା ବୃଦ୍ଧି ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରିଥିଲେ। ଜଗନ୍ନାଥ ସାଗରର ଉନ୍ନତି ନିମନ୍ତେ କେଉଁ କେଉଁ ବିଭାଗରୁ କେତେ ରାଶି ଆସିଛି ସ୍ୱଷ୍ଟ କରିବାକୁ କହିବା ସହ ବିଜେଡି ସରକାର ଅମଳରେ ଦେଇଥିବା ଅନୁଦାନର ଅପବ୍ୟବହାର ହୋଇଥିବା ଅଭିଯୋଗ କରିଥିଲେ। ସାମ୍ୱାଦିକଙ୍କ ଜଗନ୍ନାଥ ସାଗରର ଦୟନୀୟ ସ୍ଥିତି ଆପଣଙ୍କ ଅମଳରେ ହୋଇଥିବା ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ଏବଂ ବିଗତ ଦିନରେ ଜଗନ୍ନାଥ ସାଗର ପାଇଁ ଦୁଇ ଥର ପୌର ପରିଷଦ ସମ୍ମୁଖରେ ଧାରଣା ଦେଇଥିବା କହିଥିଲେ। ଏହି ସ୍ୱଛତା ଠିକା ଏବଂ ପୌର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଏକ ଭିଜଲାନ୍ନସ ଦ୍ଵାରା ତଦନ୍ତ ଦାବୀ କରିଥିଲେ। ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ପ୍ରତିକ୍ରିୟା ନେବାର ଏହି ସବୁ ଅଭିଯୋଗ ଭିତ୍ତହୀନ ଓ ମୁ ପ୍ରେସ କରି ସତ୍ୟ କୁ ସାମ୍ନା କୁ ଆଣିବି ବୋଲି ପ୍ରକାଶ କରିଥିଲେ।
