କୋଟପାଡ଼ (ଖବର ) ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀ ସ୍ବର୍ଗତ ବିଧାୟକ ସଦନ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସହିତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା,ଆଜି କୋଟପାଡ଼ ବିଧାୟକ ରୁପୁ ଭତରା, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ପଙ୍କଜ ପାତ୍ରଙ୍କ ସହିତ ମାନ୍ୟଗଣ ଅତିଥି ତଥା ପରିବାର ର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତରେ ସ୍ବର୍ଗତ ବିଧାୟକ ସଦନ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ନଚନ ହୋଇଥିଲା, ସମସ୍ତ ଅତିଥି ମାନେ ସ୍ବର୍ଗତ ବିଧାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବିଧାୟକ ରୁପୁ ଭତରା,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ,ବ୍ଲକ ଉପାଦକ୍ଷ ତପନ ପାଣିଗ୍ରାହୀ,ଆଇନ ଯିବି ପଙ୍କଜ ପାତ୍ର,ମୁକ୍ତେଶ୍ଵର ନାୟକ,ଭାରତ ମିଡ଼ିଆ ଆସସେସିୟନ ସଙ୍ଘ ଓ ବୋରିଗୁମ୍ମା ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କ ସହିତ, ସ୍ବର୍ଗତ ସଦନ ନାୟକଙ୍କ ଧର୍ମପତ୍ନୀଙ୍କ ସହ ସମସ୍ତ ନାୟକ ପରିବାର ଏବଂ କୋଟପାଡ଼ ଅଞ୍ଚଳର ସମସ୍ତ ବୁଦ୍ଧିଯିବି ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ପ୍ରତିମୂର୍ତ୍ତି ଦର୍ଶନ ଓ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବର୍ଗତ ସଦନ ନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ, ବିଶେଷକରି ପ୍ରତେକ ବର୍ଷ ଏହିପରି କାର୍ଯ୍ୟକ୍ରମ ଆୟୋଜନ ସହିତ ସ୍ୱର୍ଗତ ବିଧାୟକଙ୍କ ଜୀବନଗାଥା କୋଟପାଡ଼ ପାଇଁ ବଳିଦାନ ଓ ସମର୍ପଣର ଗୋଟିଏ ପୁସ୍ତକ ଲିଖିତ ପାଇଁ ପ୍ରକାଶ କରିଥିଲେ
ସ୍ବର୍ଗତ ବିଧାୟକ ସଦନ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ
