ସ୍ବର୍ଗତଃ ରଘୁନାଥ ମହାନ୍ତି ଙ୍କର ସ୍ମୃତିସଭା
ସ୍ୱର୍ଗତଃ ମହାନ୍ତିଙ୍କ ବିଜେଡି ତଥା ମୟୁରଭଞ୍ଜ ଜିଲ୍ଲା ପ୍ରତି ତ୍ୟାଗ ଅବିସ୍ମରଣୀୟ
ବାରିପଦା ତା 31/1 (ତରୁଣ କୁମାର ଦାଶ)ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ସଙ୍କଟ ସମୟରେ ଦଳକୁ ଉଚିତ ମାର୍ଗ ଦର୍ଶନ ଦେଇ ଦଳକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନେତା ସ୍ବର୍ଗତଃ ରଘୁନାଥ ମହାନ୍ତି (ଝିନ) ଙ୍କର ୧୦ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବାରିପଦା ବିଜୁ ଭବନ ଠାରେ ଏକ ସ୍ମୃତି ସଭା ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ସ୍ୱର୍ଗତଃ ମହାନ୍ତିଙ୍କ ସାନ ଭାଇ ପୂର୍ବତନ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଦାମ ମାର୍ଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଉପନଗରପାଳ ସୀମା ଦାସ ପ୍ରମୁଖ ସ୍ୱର୍ଗତଃ ମହାନ୍ତିଙ୍କ ସ୍ମୃତି ଚାରଣ କରି ସ୍ୱର୍ଗତଃ ମହାନ୍ତିଙ୍କ ବିଜେଡି ତଥା ମୟୁରଭଞ୍ଜ ଜିଲ୍ଲା ପ୍ରତି ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ ବୋଲି କହିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବରିଷ୍ଠ ନେତା ସରୋଜ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ, ଦୀପ୍ତିଲତା ମିଶ୍ର, ବୀଣାପାଣି ସାହୁ, ସବିତା ବେହେରା, ସହର ସଭାପତି ପ୍ରଭାତ ମହାନ୍ତି, ଦେବୀଦତ୍ତ ଦାସ, ସୁନୀଲ ନାୟକ, ରାଜୀବ ଜେନା, ଶିବ ଶଙ୍କର ପାତ୍ର, ଜିତ ପଟ୍ଟନାୟକ, ସେକ ହାକିମ, କାଉନସିଲର ଅନନ୍ତ ଦାସ, ରାଜ ଗୁପ୍ତା, ସୁଧୀର ବାରିକ, ପ୍ରଭାତୀ ପୃଷ୍ଟି, ଦିଗବିଜୟ ହାଁସଦା, ସମାଜ ସେବୀ ଅମର ସେଠୀ, ଆଦିତ୍ୟ ପଣ୍ଡା, ପାର୍ଥ ପ୍ରଧାନ, ଲଲାଟେନ୍ଦୁ ବେହେରା, ପୁର୍ଣ୍ଣେନ୍ଦୁ ପରିଡା, ମୁନା ପରିଚ୍ଛା, ଶୈଳେନ୍ଦ୍ର ପାତ୍ର, କିଶୋର ପାତ୍ର, ଛତିଶ ମହାକୁଡ଼, ବିନୋଦ ବେହେରା, ବିରଞ୍ଚି ମହାପାତ୍ର, ଅସିତ ପଟ୍ଟନାୟକ, ନାନୁ ମହାକୁଡ଼, ଅଭୟ ସିଂ, ନନ୍ଦନ ଭଞ୍ଜ, ଦୀପକ ମଢ଼ୁଆଳ, ଲିଟନ ମହାପାତ୍ର, କପିଲ ଖଣ୍ଡେଲୱାଲ ପ୍ରମୁଖ ଶତାଧିକ ଯୁବଛାତ୍ର କର୍ମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପୂର୍ବତନ ଖଦି ବୋର୍ଡ଼ ସଦସ୍ୟ ସରୋଜ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ.
