୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଟପାଡ଼ (ଅଜୟ କୁମାର ମିଶ୍ର) ଆଜି କୋଟପାଡ଼ ଚାନ୍ଦିଲି ପଞ୍ଚାୟତ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟ ଠାରେ ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଆଜିର ଏହି ବାର୍ଷିକ ଉତ୍ସବରେ କୋଟପାଡ଼ ବିଧାୟକ ରୁପୁ ଭତରା, ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ,ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ,ବିଡ଼ିଓ ସନ୍ଧ୍ୟା ରାଣୀ ସମରଥ,ସରପଞ୍ଚ ପୁଷ୍ପା ପୂଜା, ସମିତି ସଭ୍ୟାଙ୍କ ସହିତ ବିଧାୟକଙ୍କ ଗୁରୁ ମଞ୍ଚ ବିରାଜ ମାନ ଥିଲେ,କାର୍ଯ୍ୟକ୍ରମ ଆରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚନା ସହିତ ଆରମ୍ଭ କରାଯାଇଥିଲା,ବିଧାୟକଓ ସମସ୍ତ ଅତିଥିଙ୍କ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା,ବିଧାୟକ ନିଜେ ସେହି ବିଦ୍ୟାଳୟରେ ପାଠପଢ଼ି ନିଜ ଛାତ୍ର ଜୀବନ ଆରମ୍ଭ କରି ଆଜି ଏତେ ବଡ଼ ସ୍ଥାନ ରହି ଲୋକଙ୍କ ସେବାକରି କୋଟପାଡ଼ ଅଞ୍ଚଳ ବାସୀଙ୍କ ସେବାରେ ସଦା ସର୍ବଦା ରହି ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲା ବେଳେ ତାହା ଗୋଟିଏ ଜ୍ୱଳନ୍ତ ଉଦାହରଣ ବୋଲି ଛାତ୍ର, ଛାତ୍ରୀ ମାନଙ୍କୁ ଉପସ୍ଥାପନା ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା,ବିଧାୟକ ବିଦ୍ୟାଳୟର ରୋଷେଇ ଘର ପାଇଁ ନିଜ ପାଣ୍ଠିରୁ ଦଶଲକ୍ଷ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଓ ନିଜ ଗୁରୁଙ୍କୁ ଭୁୟସୀ ପ୍ରଶଂସା କରିଥିଲେ, ଆଜିର ଏହି ବାର୍ଷିକ ଉତ୍ସବ ଶିକ୍ଷକ ଦେବେନ୍ଦ୍ର ବୈଦ୍ୟ ଓ ସନ୍ତୋଷ ଶତପଥୀ ମଞ୍ଚ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *