ଉଦଘାଟନ ହେଲା ମୋର ସମସ୍ୟା ୟୁଟ୍ୟୁବ ଚ୍ୟାନେଲ।
କଣ୍ଟାବାଞ୍ଜି,(ତ୍ରିନାଥ ସାହୁ)ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ନୂତନ ଭାବରେ ମୋର ସମସ୍ୟା ୟୁଟୁବ ନ୍ୟୁଜ ଚ୍ୟାନେଲର ପ୍ରଥମ ବାର୍ଷିକ ଉତ୍ସବ ତଥା ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋର ସମସ୍ୟା ୟୁଟୁବ ଚ୍ୟାନେଲର ପ୍ରତିଷ୍ଠାତା ତୁଲସୀରାମ ଜଗତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେଡି ନାରୀ ନେତ୍ରୀ ନିରୁପମା ମାଝି ମଞ୍ଚାସିନ ହୋଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ବଙ୍ଗୋମୁଣ୍ଡା ବ୍ଳକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଶୀ ଓ କେନ୍ଦ୍ର ମାନବାଧିକାର କମିସନର ତଥା ମୋର୍ ସମସ୍ୟା ଚ୍ୟାନେଲର ମୁଖ୍ୟ ପରାମର୍ଶ ଦାତା ଶ୍ରୀ ଜୋନସନ୍ ନାଗଙ୍କ ସହ ସରକାରୀ ଓକିଲ ବ୍ରଜ ଶ୍ୟାମ ଗୁରୁ,ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ବିରଞ୍ଚିନାରାୟଣ ଦାସ କାର୍ଯ୍ୟକ୍ରମରେ ମଞ୍ଚାସିନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବହୁ କ୍ଷେତ୍ରରେ ଲୋକଙ୍କ ଉପକାରିତା କରୁଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ମଞ୍ଚାସୀନ ଅତିଥିବୃନ୍ଦ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିବା ପାଇଁ ମିଠା ମିଠା ବକ୍ତବ୍ୟ ପ୍ରଦାନ କରିଥିଲେ। ତେବେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଗଣମାଧ୍ୟମ ଏକ ପ୍ରମୁଖ ସ୍ତମ୍ଭ ରହିଛି,ତିନୋଟି ସ୍ତମ୍ଭକୁ ଲକ୍ଷାଧିକ ଟଙ୍କା ଦରମା ଦେଇ ସରକାର ଚଳାଉଛନ୍ତି। ହେଲେ ଗଣତନ୍ତ୍ର ଏକ ଏମିତି ସ୍ତମ୍ଭ ଯେ ସବୁ ଝଡ଼ ଗଣମାଧ୍ୟମ ଉପରେ ଆସିଲେ ମଧ୍ଯ ଗଣମାଧ୍ୟମ ମଜଭୁତ ହୋଇ ଛିଡ଼ା ହୋଇଥାଏ। ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନର ବାଟ ମଧ୍ୟ ଦେଖାଇଥାଏ। ସେହି ପରି ଏହି ଅଞ୍ଚଳରେ ମୋର ସମସ୍ୟା ଚ୍ୟାନେଲ ମଧ୍ୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଲୋକଙ୍କ ଆଗକୁ ଆଣି ତାର କାର୍ଯ୍ୟ କରୁ ଆମେ ପୂର୍ଣ୍ଣ ସହଯୋଗ କରିବୁ ବୋଲି ଉଦବୋଧନ ଦେଇଥିଲେ।
