ପ୍ରତାପନଗରୀରେ ବନ୍ଧୁ ମିଳନରେ ଜୋର ଧରିଲା ସଂଗଠନୀୟ ଏକତା
ମା’ ଧାକୁଲେଇ ଟ୍ରିପର ଓନର୍ସ ଆସୋସିଏସନ୍ର ଭବିଷ୍ୟତ ଯୋଜନା ଉପରେ ଚର୍ଚ୍ଚା
ଫୁଲନଖରା :କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳରେ ମା’ ଧାକୁଲେଇ ଟ୍ରିପର ଓନର୍ ଆସୋସିଏସନ୍ ପକ୍ଷରୁ ଏକ ସଫଳ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଛବିନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଐକ୍ୟ, ସହଯୋଗ ଓ ସମନ୍ୱୟର ଭାବନା ପ୍ରକାଶ ପାଇଥିଲା। ଏହି ଅବସରରେ ଉପସଭାପତି ପ୍ରଜ୍ୱଳିତ ବେହେରା, ସାଧାରଣ ସମ୍ପାଦକ ଶୁଭଜିତ୍ ସାମନ୍ତରାୟ, ସମ୍ପାଦକ ଗଣେଶ ନାୟକ, ସହ ସମ୍ପାଦକ ନିରଞ୍ଜନ ବେହେରା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଜେନା ଓ ଯୁଗ୍ମ କୋଷାଧ୍ୟକ୍ଷ ରମେଶ ସାହୁ ଉପସ୍ଥିତ ରହି ସଂଗଠନକୁ କିପରି ଆହୁରି ସୁଦୃଢ, ସକ୍ରିୟ ଓ ସଂଗଠିତ କରାଯାଇପାରିବ ସେଥିପାଇଁ ମୂଲ୍ୟବାନ ମତ ପ୍ରକାଶ କରିଥିଲେ। ସେମାନେ
ସମସ୍ତ ସଦସ୍ୟଙ୍କୁ ଏକତାରେ ରହି କାମ କରିବା ସହିତ ସଂଗଠନର ମାନ-ସମ୍ମାନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଦୀପକ ରାଉତ, ସୁନୀଲ ବେହେରା, ଦୀପକ ମୁଳିଆ, ଡ୍ୟାନି ବାବୁ, ଅନିଲ ଜେନା, ସୁବାଷ ସାହୁ, ବାଉରୀ ବନ୍ଧୁ ସାହୁ, ସୋନୁ ବେହେରା ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସକ୍ରିୟ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରାୟ ୫୦ ରୁ ଅଧିକ ସଦସ୍ୟଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗରିମାମୟ କରିଥିଲା। ସମସ୍ତଙ୍କ ମଧ୍ୟରେ ପରସ୍ପର ସମ୍ପର୍କ ସୁଦୃଢ କରିବା ସହ ଆଗାମୀ ଦିନରେ ସଂଗଠନର କାର୍ଯ୍ୟକଳାପକୁ ଆହୁରି ବିସ୍ତାର କରିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏକ ମଞ୍ଚ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ଏକତା ଓ ସହଯୋଗର ସନ୍ଦେଶ ନେଇ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।
