ସୋରଡ଼ାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ; ପୂର୍ବତନ ବିଜେଡ଼ି ବ୍ଲକ ସଭାପତି, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ କର୍ମୀ ସାମିଲ୍
ସୋରଡ଼ା,୨୭/୧/୨୬( ଖବର/ସଞ୍ଜୟ ପଣ୍ଡା): ଗଞ୍ଜାମ ସୋରଡ଼ା ବ୍ଳକର ସୋରଡ଼ା ପଞ୍ଚାନନ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୀର୍ଘ ଦିନ ଧରି ବିଜେଡ଼ିରେ ଥିବା ସୋରଡ଼ା ବ୍ଲକ୍ ର ଜିଲ୍ଲା ପରିଷଦ ,ସରପଞ୍ଚ,ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ସମେତ ପ୍ରାୟ ୫୦୦ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି। ଭାରତ ବର୍ଷର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକଙ୍କ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ର ନୀତି ଆଦର୍ଶ,ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଜିର ମିଶ୍ରଣ ପର୍ବ ରେ ସୋରଡ଼ା ବ୍ଳକ ବିଜେଡି ସଭାପତି ବସନ୍ତ ସ୍ୱାଇଁ, ୬୬ ନଂ ଜୋନର ଜିଲ୍ଲା ପରିଷଦସଭ୍ୟା ସୁକୁମାରୀ ମଳିକ, ସରାବାଡ଼ି ସରପଞ୍ଚ କୌଶଲ୍ୟା ମଳିକଙ୍କ ସମେତ ତଥା ୧୫ ୱାର୍ଡ ସଭ୍ୟ,ମେରିକୋଟ ସରପଞ୍ଚ ନମିତା ମଳିକ ,ସମିତି ସଭ୍ୟ ପ୍ରଶାନ୍ତ ଗମାଙ୍ଗ, ନାୟବ ସରପଞ୍ଚ ଗୋଲାପ ନାୟକ, ବଡ଼ଗଡ଼ ପଂଚାୟତ ସମିତି ସଭ୍ୟ ନୀଳକଣ୍ଠ ମଣ୍ଡଳ, ସୁରମଣି ସରପଞ୍ଚ କସ୍ତୁରୀ ଦଳବେହେରା ଓ ବହୁ ୱାର୍ଡ ମେମ୍ବରଙ୍କ ସମେତ ବହୁ ଆଗ ଧାଡ଼ିର ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଛନ୍ତ । ସୋରଡ଼ା ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ସକାଶେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବିକଶିତ ସୋରଡା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ବିଧାୟକ ନୀଳମଣି ବିଷୋୟୀ।
