ଆରମ୍ଭ ହେଲା ପଞ୍ଚମ ବର୍ଷ ର ରୂପସା ପ୍ରୀମୀୟର ଲିଗ୍

ରୂପସା ( ଖବର ) ଚଳିତ ବର୍ଷ ପଞ୍ଚମ ରୂପସା ପ୍ରିମୀୟର ଲିଗ୍ ଆର୍ ସି ସି କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ଦଲିଦଲି ପଡିଆ ରେ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣାମେଣ୍ଟ ରେ ଆଠଟି ଟିମ୍ ହେପି ୧୧, ରୟାଲ କିଙ୍ଗ , ଝାନସି ୧୧, ଓମ୍ ଫାଇଟର , ଏସ କେ ଫାଇଟର, କ୍ରିଷ୍ଟାଲ ୧୧, ଫ୍ରେଣ୍ଡସ ୧୧ , ଏନ ସି ସି ୨.୦ ଏହି ଟିମ୍ ମଧ୍ୟରେ ଖେଳ ହେବ। ୧୦ ଓଭର ବିଶିଷ୍ଟ ଏହି ଫଟାଫଟ କ୍ରିକେଟ ମ୍ୟାଚ୍ ଦେଖିବା ହଜାର ହଜାର ଦର୍ଶକ ଙ୍କ ଭିଡ ମଧ୍ୟ ଜମୁଛି । ଏହି ଟୁର୍ଣାମେଣ୍ଟ କୁ ଅଜୟ ବେହେରା , ଆକାଶ ମାରାଣ୍ଡି ,(ଜିନି) ବସନ୍ତ ବେହେରା , କମଳାକାନ୍ତ ବିଶି , ଆକାଶ ଜେନା , ସନ୍ତୋଷ ମହାପାତ୍ର , ଅପୁ , ରାଜା ଓ କ୍ଲବ ର ସମସ୍ତ ସଦସ୍ୟ ସୁଚାରୁରୂପେ ତୁଲାଉଛନ୍ତି। ସ୍କର ର ଚିନ୍ମୟ ଜେନା ଓ ବ୍ରଜକିଶୋର ଜେନା ଦାୟିତ୍ଵ ତୁଲାଇଥିଲେ। ଏହି ଟୁର୍ଣାମେଣ୍ଟ ରେ ବିଜେତା ଦଳ ୨୦୦୦୦ /- ହଜାର ଓ ଉପ ବିଜେତା ଦଳ କୁ ୧୭୦୦୦/- ହଜାର ଟଙ୍କା ପୁରସ୍କାର ଘୋଷଣା ସହ ପ୍ରତ୍ୟେକ ମ୍ୟାଚ୍ ଆଇ ସି ସି ଆଇ କ୍ରିକେଟ ବୋଡ ନିୟମ ଅନୁଯାୟୀ ଖେଳ ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *