ଓଡ଼ିଶା ଜନତା କଂଗ୍ରେସ ପାର୍ଟି ତରଫରୁ ଭୁବନେଶ୍ୱରଠାରେ ମହିଳା ନେତୃତ୍ୱ ସମ୍ମିଳନୀ
ଭୁବନେଶ୍ୱର, ତା ୨୯ା୦୩ା୨୦୨୬ : ରବିବାର ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥ ରୋଟାରୀ କ୍ଲବଠାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ତରଫରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଶତାଧିକ ମହିଳା ନେତୃତ୍ୱମାନଙ୍କୁ ନେଇ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ଆଗାମୀ ଦିନରେ ବିଭିନ୍ନ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା ସହିତ ପ୍ରତି ୱାର୍ଡ ସ୍ତରରେ କିଭଳି ଭାବେ ମହିଳାମାନେ ନେତୃତ୍ୱ ନେବେ ଏବଂ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଯେଉଁ ବିଚାର ଓଡ଼ିଶାର ଉନ୍ନତି ପାଇଁ ଏବଂ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ଓ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା, ମହିଳାମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର, ଅପରାଧକୁ ରୋକିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ସମ୍ମିଳନୀ ଶ୍ରୀମତୀ ସଂଗୀତା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ମୁଖ୍ୟ ସମ୍ମାନନୀୟ ମହମ୍ମଦ ମୁକିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ, ଅଧିକାର ଏବଂ ରୋଜଗାର, ନ୍ୟାୟ ଦେବାପାଇଁ ପାର୍ଟି ଆଗାମୀ ଦିନରେ କାର୍ୟ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆମ ପାର୍ଟି ଓଡ଼ିଶାର ସବୁ ବର୍ଗର ଲୋକମାନଙ୍କ ପାଇଁ କାମ କରିବ । ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଶୈଳବାଳା ଜେନା ଯୋଗଦେବା ସହିତ ଶ୍ରୀମତୀ ଅନୀତା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଯୁବନେତା
ଶ୍ରୀଯୁକ୍ତ ସୋମନାଥ ରାଉତ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।
