ସାମ୍ବାଦିକ ଚାନସିଲର ରାଉତଙ୍କ ବାପା ଗୌରହରି ରାଉତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ
ରୂପସା ଥାନା ଅନ୍ତର୍ଗତ ଆଙ୍କ ଗ୍ରାମର ସାମ୍ବାଦିକ ଚାନସିଲର ରାଉତଙ୍କ ବାପା ଗୌରହରି ରାଉତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ,ଆଙ୍କ ସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକୀ ଉପଲକ୍ଷେ ନାମ ସଂକୀର୍ତ୍ତନ , ସାଇ ବାବାଙ୍କ ଭଜନ ସମାହାର ହୋଇଥିଲା । ଉକ୍ତ ବାର୍ଷିକୀରେ ବସ୍ତା ଓ ରୂପସା ଅଞ୍ଚଳର ସାମ୍ବାଦିକଙ୍କ ସହ ପୋଲିସ ଅଧିକାରୀ, ସମାଜ ସେବୀ ପ୍ରକୃତି ବନ୍ଧୁ ସୁମନ୍ତ ଜେନା , ସମାଜ ସେବୀ ବିକ୍ରମ ପଣ୍ଡା , ବସ୍ତା କଂଗ୍ରେସର ଯୁବନେତା ସୁଧାଂଶୁ ଜେନା, ଚକ୍ରଧର ମହାନ୍ତି, ପ୍ରଦୀପ ଦେ , ବାଲେଶ୍ଵର ଜିଲ୍ଲା ଦେବସେନା ସଭାପତି ଶଙ୍କର ଜେନା , ବସ୍ତା ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ରାଉଳଙ୍କ ସହ କାର୍ଯ୍ୟରତ ଫୋକସ ପ୍ଲସ ଟେଲିଭିଜନ ଓ ଆଞ୍ଚଳିକ ଖବରର ମୁଖ୍ୟ ସଂପାଦକ ସୁଧାଂଶୁ ରାଉତ, ଅପରାହ୍ନ ଖବର ସମ୍ପାଦକ ବଂଶୀ ଭାଇ ଓ ବାଲେଶ୍ସର ଦର କଂଗ୍ରେସ ସଭପତି ଜୟକୃଷ୍ଣ ବେହେରା ସହ ବହୁ ପ୍ରତିଭାବାନ ଲୋକ ମଧ୍ୟ ଯୋଗ ଦେଇ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ ।
