ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର ରେ ସହିଦ ଦିବସ ପାଳିତ
ନିଆଳୀ (ଖବର )ନିଆଳୀ ତଥା ଓଡିଶା ର ଅଗ୍ରଣୀ ସ୍ଵେଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ତରଫରୁ ମହାତ୍ମା ଗାନ୍ଧୀ କମ୍ପ୍ୟୁଟର ସେଣ୍ଟର ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜି ତିରୋଧାନ ଦିବସ ବା ସହିଦ ଦିବସ ପାଳିତ ହୋଇ ଯାଇଛି ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ୟୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ରୂପେ ବନ୍ଦେ ଉତ୍କଳ ମହାସଂଘ ର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର ଯୋଗ ଦେଇ ଗାନ୍ଧିଜୀ ଙ୍କ ଅବଦାନ ଏବଂ ଜୀବନୀ ଉପରେ ଆଲୋଚନା କରିଥିଲେ ଅନୁଷ୍ଠାନ ର ସ୍ଥାୟୀ ସଭାପତି ପ୍ରସନ୍ନ ପାତ୍ର, ଯୋଗ ଦେଇ ଗାନ୍ଧିଜୀ ଉପରେ ଅନୁଷ୍ଠାନ ତରଫରୁ ଗାନ୍ଧୀ ଜଣେ ବ୍ୟକ୍ତି ନୁହନ୍ତି ଏକ ବିଚାର ଉପରେ ଆଲୋଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରତୀକ କୁମାର ସାହୁ,ତେଜ୍ୱାସିନୀ ଜେନା,ଚିରଞ୍ଜିବି ପରିଡା, ସୁଶ୍ରୀ ପ୍ରିୟଙ୍କା ମଲ୍ଲିକ, ଟୁଇଙ୍କିଲି ଜେନା,ଦିବ୍ୟଜ୍ୟୋତି ବିଶ୍ୱାଳ,ଶ୍ରେଷ୍ଟାରାଣୀ ଜେନା,ଲଷ୍ମୀପ୍ରିୟା ଦାଶ,ପ୍ରତୀକ୍ଷା ପ୍ରିୟଦର୍ଶିନୀ,ଏବଂ ରୁଦ୍ର ନାରାୟଣ ରାଉତ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀ ଙ୍କୁ ଫଟୋ ଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଆଗାମୀ ଦିନ ରେ ଗାନ୍ଧିଜୀ ଉପରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି|
