କୋଟପାଡ଼ (ଖବର ) କୋଟପାଡ଼ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥି ମାନଙ୍କ ସ୍ୱାଗତ ସହିତ ନିମନ୍ତ୍ରିତ କରାଯାଇଥିଲା, ଆଜିର ଏହି ୬୩ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅଥିତି ଭାବରେ କୋଟପାଡ଼ ବିଧାୟକ ରୁପୁ ଭତରା, ସନ୍ନମାନିତ ଅତିଥି ଭାବରେ କୋଟପାଡ଼ ଏନ.ଏ.ସି ଅଧ୍ୟକ୍ଷ ଏମ ଶଙ୍କର ରାଓ,ଉପାଦକ୍ଷା ଏମ ସନ୍ତୋଷୀ,ପି ଏମ ଶ୍ରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତାରାଣୀ ଷଡ଼ଙ୍ଗୀ,ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ଦାସ ଓ ସଭାପତି ସୁଧୀର ମହାନ୍ତି ଏବଂ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ,ଉପସ୍ଥିତ ସମସ୍ତ ଅଭିଭାବକ,ଛାତ୍ର, ଛାତ୍ରୀମାନଙ୍କ ଆଜିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ, ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କୁ ଦ୍ୱୀପ ପ୍ରଜ୍ବଳନ ସହିତ ଆରମ୍ଭ କରାଯାଇଥିଲା, ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା,ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଙ୍ଗ କରାଯାଇଥିଲା, ଏହି ବିଦ୍ୟାଳୟରସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ସମସ୍ତ ଅତିଥି, ମିଡ଼ିଆ ବନ୍ଧୁ ମାନଙ୍କୁ, ଏବଂ ସମସ୍ତ ଅଭିଭାବକ ମାନଙ୍କୁ ସୁନ୍ଦର ଭାବରେ ସ୍ୱାଗତମ ଓ ଅଥିତ୍ୱ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଉପସ୍ଥିତ ଅଥିତି ମାନଙ୍କୁ ମାଆ ପାଇଁ ଗଛ ଟିଏ ପରି ଗଛ ଗୋଟିଏ ଲେଖାଏଁ ପ୍ରଦାନ କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ରତିକାନ୍ତ ମହାନ୍ତି, ଶିକ୍ଷୟତ୍ରୀ ପ୍ରଭାସିନୀ ନିମାଲ ମଞ୍ଚ ପରିଚାଳନା କରିଥିଲେ
କୋଟପାଡ଼ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
