ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ୮ମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚର ୮ମ ବାର୍ଷିକ ଉତ୍ସବ ସାମନ୍ତରାପୁର ସ୍ଥିତ ସରସ୍ୱତୀ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଉକ୍ତ ସଭାରେ ମଂଚର ସଭାପତି ଅତସୀ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନୀତ ଅତିଥି ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ବିରଂଚି ନାରାୟଣ ମହାସୁପକାର ଓ ସମାଜସେବୀ ରଶ୍ମୀ ମହାପାତ୍ର ଯୋଗଦାନ କରିଥିଲେ । ମେୟର ମହୋଦୟା ଏବଂ କର୍ପୋରେଟର ମହାଶୟ ପୁରୁଣା ଭୁବନେଶ୍ୱରର ଜଳାଶୟର ଉନ୍ନତି ପାଇଁ ପ୍ରତିଶୃତି ବଦ୍ଧ ବୋଲି ଘୋଷଣା କରିଥିଲେ । ଉକ୍ତ ସଭାରେ ଦୁଇ ଜଣ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ମହାନ୍ତି ଓ ହରିଶ୍ଚନ୍ଦ୍ର କର ଙ୍କୁ ସମ୍ମାନୀତ କରାଯାଇଥିଲା । ଏତତ୍ ବ୍ୟତିତ ସ୍ଥାନୀୟ ଅଂଚଳର ନୃପୁର ପଟ୍ଟନାୟକ ଏବଂ ପାୟଲ ପଟ୍ଟନାୟକ ଆର୍ନ୍ତଜାତୀୟ ସ୍ଥରରେ ୟୁରୋପର ଜର୍ଜିଆଠାରେ ମାରଟିଆଲ ଆର୍ଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଯଥାକ୍ରମେ ସ୍ୱର୍ଣ୍ଣ ପଦକ ଓ ବ୍ରୋଂଚ ପଦକ ପାଇଥିବାରୁ ଉକ୍ତ ନାଗରିକ ମଂଚ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ମେୟର ସୁଲୋଚନା ଦାସ ସେମାନଙ୍କୁ ସମ୍ମାନୀତ କରିଥିଲେ । ଏହାପରେ କେତେଗୁଡିଏ ବିଦ୍ୟାଳୟର ବାଳକ ବାଳିକାମାନଙ୍କୁ କ୍ରିଡା, ବକୃତା, ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସଂଘୀୟ କାର୍ଯ୍ୟରେ ସଭ୍ୟ ବିପିନ ସ୍ୱାଇଁ, ଗଣେଷ ଚନ୍ଦ୍ର ରାଉତ, ଦୈତାରୀ ବରାଳ, ଘନଶ୍ୟାମ ନାୟକ, ସୁକାନ୍ତ ନାୟକ, ବାବୁଲି ପଟ୍ଟନାୟକ, ପ୍ରସାନ୍ତ ମହାପାତ୍ର, ମୁରଲୀ ସ୍ୱାଇଁ, ପ୍ରଫୁଲ ପଟ୍ଟନାୟକ, ବିନାୟକ ପାତ୍ର ଓ ନାରାୟଣ ସାହୁ ସଂପୁର୍ଣ୍ଣ ଭାବେ ସହଯୋଗ କରିଥିଲେ । ପରିଶେଷରେ ବାବୁଲି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
