ଇଡିଆଇଆଇ ର ୨୫ତମ ସମାବର୍ତନ ଉତ୍ସବ
ଭୁବନେଶ୍ୱର: ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ୍ର, ଏଂଟପ୍ରେନ୍ୟୋରସିପ ଡେଭ୍ଲପମେଂଟ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଇଡିଆଇଆଇ), ଅହମ୍ମଦାବାଦ ପକ୍ଷରୁ ୨୫ତମ ସମାବର୍ତନ ଉତ୍ସବର ଆୟୋଜିତ ହୋଇଯାଇଛି । ଏହାର ଅହମ୍ମଦାବାଦ କ୍ୟାମ୍ପସରେ ଶିକ୍ଷାଭିତିକ କାର୍ଯ୍ୟକ୍ରମ ଉପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଶାସିତ ଅଂଚଳ ଲଦାଖର ଉପରାଜ୍ୟପାଳ, ଶ୍ରୀ ବିନୟ କୁମାର ସକସେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇଡିଆଇଆଇର ଅଧ୍ୟକ୍ଷ ଏବଂ ଆଇଡିବିଆଇ ବ୍ୟାଙ୍କ ଲିମିଟେଡର ଏମ୍ଡି ଓ ସିଇଓ ଶ୍ରୀ ରାକେଶ ଶର୍ମା, ଇଡିଆଇଆଇର ମହାନିର୍ଦ୍ଦେଶକ ଡଃ ସୁନୀଲ ଶୁକ୍ଳା ଏବଂ ଇଡିଆଇଆଇର ପରିଚାଳନା ବୋର୍ଡର ସମ୍ମାନିତ ସଦସ୍ୟମାନେ ଉପସ୍ଥିତ ଥିଲେ । ୨୫ତମ ସମାବର୍ତନ ଉତ୍ସବରେ ୯୮ ଜଣ ଛାତ୍ର ଏବଂ ବିଦ୍ୱାନଙ୍କୁ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ ପାଇଁ ଡିପ୍ଲୋମା ଏବଂ ସ୍ନାତକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍ସେନା କହିଛନ୍ତି, “ ଏକ ନିରନ୍ତର ବିକଶିତ ବିଶ୍ୱରେ ଉନ୍ନତି ପାଇଁ, ଜଣେ ବ୍ୟକ୍ତିକୁ କୌତୁହଳ ଓ କିଛି ନୂଆ ଶିଖିବାର ବଜାୟ ରଖିବାକୁ ପଡିବ ଏବଂ ଜଣେ ଉତମ ପେସାଦାର ଭାବେ ବିକଶିତ ହେବାକୁ ପଡିବ । ଜ୍ଞାନର ଏହି ତୃଷା ଆପଣଙ୍କୁ ନିଜର କ୍ଷମତା ସୁଦୃଢ଼ କରିବାରେ ସାହାଯ୍ୟ କରିବ ଏବଂ ଆଜିର ନିରନ୍ତର ପରିବର୍ତନଶୀଳ ବିଶ୍ୱର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ କରିବ । ସ୍ନାତକମାନଙ୍କୁ, ମୁଁ କହିବି, ମହାନ ଉଦ୍ୟୋଗୀ ହୁଅନ୍ତୁ, ନୈତିକତାର ସହ କାର୍ଯ୍ୟ କରନ୍ତୁ, କାରଣ ଏହା ହେଉଛି ସର୍ବୋତମ ସେବା, ଯାହା ଆପଣ ନିଜ ପାଇଁ ଏବଂ ଦେଶ ପାଇଁ କରିପାରିବେ ।” ଇଡିଆଇଆଇର ଅଧ୍ୟକ୍ଷ ରାକେଶ ଶର୍ମା କହିଛନ୍ତି, “ଉଦ୍ଭାବନ ଉଦ୍ୟୋଗର ମୂଳଦୁଆ ହୋଇ ରହିଛି । ଇଡିଆଇଆଇର ପୂର୍ବତନ ଛାତ୍ରମାନେ ଏହି ମନୋଭାବକୁ ପ୍ରଦର୍ଶିତ କରିଥିବା ବେଳେ ମୁଁ ସ୍ନାତକ ଛାତ୍ରଛାତ୍ରୀଙ୍କୁ, ଜୀବନବ୍ୟାପୀ ଶିକ୍ଷାର୍ଥୀ ହୋଇ ରୁହିବା- ଧାରଣାକୁ ପ୍ରଶ୍ନ କରିବା, ବିକଳ୍ପର ଅନୁସନ୍ଧାନ କରିବା ଏବଂ ସୃଜନଶୀଳତା ଓ ଉଦ୍ଦେଶ୍ୟ ସହିତ ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ଆବେଦନ କରୁଛି ।”ଇଡିଆଇଆଇର ମହାନିର୍ଦ୍ଦେଶକ ଡକ୍ଟର ସୁନିଲ ଶୁକ୍ଲା କହିଛନ୍ତି, “ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଆମେ ଉଦ୍ୟୋଗିତାର ଭାବନାରେ ଏକ ସ୍ପଷ୍ଟ ଉତ୍ଥାନ ଦେଖିଛୁ । ଆଜି, ସମସ୍ତ ନୀତି ଏବଂ ବିକାଶ ମଡେଲ ମଧ୍ୟରେ, ଉଦ୍ୟୋଗିକତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଷ୍ଟାର୍ଟ-ଅପ୍ ଲହରି ଆମର ଯୁବପିଢ଼ିଙ୍କୁ ଉଦ୍ୟୋଗିତାକୁ ଏକ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ପ୍ରଭାବିତ କରୁଛି । ମୁଁ ଏହା କହି ଖୁସି ଅନୁଭବ କରୁଛି ଯେ, ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ତାଲିମ ଏବଂ ପରାମର୍ଶର ଗୁରୁତ୍ୱ ପୂର୍ବାପେକ୍ଷା ଅଧିକ ସ୍ଥାୟୀ ହୋଇଛି ।”
ଚଳିତ ବର୍ଷର ସ୍ନାତକତର ବ୍ୟାଚ୍ ୭୬ ଜଣ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଂଟ- ଏଂଟରପ୍ରିନ୍ୟୋରସିପ୍ (ପିଜିଡିଏମ-ଇ) ଛାତ୍ରଛାତ୍ରୀ, ୮ ଜଣ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଂଟ-ଇନୋଭେସନ୍ ଏଂଟରପ୍ରିନ୍ୟୋରସିପ୍ ଆଣ୍ଡ ଭେଂଚର ଡେଭଲପମେଂଟ (ପିଜିଡିଏମ-ଆଇଇଭି) ଛାତ୍ରଛାତ୍ରୀ, ୧୧ ଜଣ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଂଟ – ଅନଲାଇନ୍ (ପିଜିଡିଏମ-ଅନଲାଇନ୍) ଛାତ୍ରଛାତ୍ରୀ ଏବଂ ୩ ଜଣ ଫେଲୋ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଂଟ (ଏଫପିଏମ) ଛାତ୍ରଛାତ୍ରୀଙ୍କ ପ୍ରତିନିଧିତ୍ୱ କରୁଛି । ଷ୍ଟୁଡେଂଟ ଷ୍ଟାର୍ଟ-ଅପ୍ ଇନୋଭେସନ୍ ନୀତିରୁ ମଧ୍ୟ ଛାତ୍ରଛାତ୍ରୀମାନେ ଅନୁଦାନ ପାଇଛନ୍ତି ।
