ପ୍ରତାପ ଜେନା ବିରୋଧରେ କାର୍ଯ୍ୟାନୁଷ୍ଠାନ: ଏନଆଇଏନଏଲ ର ସ୍ପଷ୍ଟୀକରଣ ।

କଳିଙ୍ଗନଗର ୦୧/୦୨(ଖବର) ଯାଜପୁର ଜିଲ୍ଲା ରେ ଥିବା ନୀଳାଚଳ ଇସ୍ପାତ ନିଗମ୍ ଲିମିଟେଡ୍ (ଏନଆଇଏନଏଲ) ର କର୍ମଚାରୀ ଶ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନିଆଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଗଣମାଧ୍ୟମରେ କିଛି ଭ୍ରାନ୍ତ ଖବର ପ୍ରଚାର ହେଉଥିବା ଆମର ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଏନଆଇଏନଏଲ ସ୍ପଷ୍ଟ ଭାବରେ ଜଣାଇବାକୁ ଚାହୁଁଛି ଯେ, ଶ୍ରୀ ଜେନାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଶୃଙ୍ଖଳାଗତ ବିଷୟ। ଏହା ତାଙ୍କର ବ୍ୟକ୍ତିଗତ ନିୟମର ଉଲ୍ଲଂଘନ ଯୋଗୁଁ ନିଆଯାଇଛି ଏବଂ ଏହାର କୌଣସି ଶ୍ରମିକ ଅସନ୍ତୋଷ କିମ୍ବା କର୍ମଚାରୀଙ୍କ ଗଣତାନ୍ତ୍ରିକ ଅଧିକାର ସହିତ କୌଣସି ସମ୍ପର୍କ ନାହିଁ।

ଶ୍ରୀ ଜେନା ଏପରି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି, ଯାହା ‘ଟାଟା କୋଡ୍ ଅଫ୍ କଣ୍ଡକ୍ଟ’ ର ଉଲ୍ଲଂଘନ କରୁଛି ଏବଂ ଆଇନ ଅନୁଯାୟୀ ମଧ୍ୟ ଅଗ୍ରହଣୀୟ। ତଦନୁଯାୟୀ, ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏକ ଦାୟିତ୍ୱଶୀଳ କର୍ପୋରେଟ୍ ସଂସ୍ଥା ଭାବେ, ଏନଆଇଏନଏଲ କୌଣସି ପକ୍ଷପାତ କିମ୍ବା ପୂର୍ବାଗ୍ରହ ବିନା କମ୍ପାନୀର ସମସ୍ତ କର୍ମଚାରୀଙ୍କ ପାଇଁ ସୁସ୍ଥ କାର୍ଯ୍ୟ ପରିବେଶ ରକ୍ଷା କରିବା ସହ ଉଚ୍ଚତମ ନୀତିଗତ ମାନଦଣ୍ଡ ପାଳନ ପ୍ରତି ତାହାର ପ୍ରତିବଦ୍ଧତାରେ ଅତୁଟ ରହିଛି।

Leave a Reply

Your email address will not be published. Required fields are marked *