ସାତ ତାଲୁକା ପାଲନାଟି ଏଲମା ସମାଜ କମିଟି ଚୟନ।
କୁକୁଡାଖଣ୍ଡି: କୁକୁଡାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପରିସରରେ ସାତ ତାଲୁକା ପାଲନାଟି ଏଲମା ସମାଜ ପକ୍ଷରୁ କମିଟି ଚୟନ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆନ୍ଧ୍ରପ୍ରଦେଶ ସୀମାର ସାତଟି ଗ୍ରାମ ସହିତ ଦକ୍ଷିଣ ଓଡ଼ିଶାର ୫୫ଟି ଏଲମା ସମାଜ ଗ୍ରାମର ସଦସ୍ୟ ଗଦେଇଥିଲେ।ସମାଜର ସୁସଂଗଠନ ଓ ଉନ୍ନତି ପାଇଁ ନୂତନ କମିଟି ଚୟନ କରାଯାଇଥିବାବେଳେ ସଭାପତି ଭାବେ ସାକା ସୁଜିତ୍ କୁମାରଙ୍କୁ ଚୟନ କରାଯାଇଛି। ଉପସଭାପତି ଭାବେ କେ. ଦୁର୍ଗା ପ୍ରସାଦଙ୍କୁ ନିୟୋଜନ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ ଆଲୁ ସାକିଲି, ସମ୍ପାଦକ ଭାବେ ଇପିଲି ଋଷିଆ ଏବଂ କୋଷାଧ୍ୟକ୍ଷ ଭାବେ ବାଇ ରାମଚନ୍ଦ୍ରଙ୍କୁ ଚୟନ କରାଯାଇଛି।ସମାଜର ଉପଦେଷ୍ଟା ଭାବେ ଡି. ବିଶ୍ଵନାଥ, ଏନ. ରଘୁନାଥ, ଆର. ମାଧବ ନାଇଡ଼ୁ,ବାଇରୀ ନିରଞ୍ଜନ,ଅଦଲ ନନ୍ଦକିଶୋର, ବାତିନି ଧର୍ମା ରାଓ ଓ ଇପିଲି କ୍ରିଷ୍ଣା ରାଓଙ୍କୁ ନିୟୋଜନ କରାଯାଇଛି। ସେହିପରି ସାତ ତାଲୁକାର ତାଲୁକା ସଭାପତି ଭାବେ ବି. ରବି,ଏ. ସୁଦର୍ଶନ, ଇ. ସୁଦର୍ଶନ, ଅଦଲ ନନ୍ଦକିଶୋର, ଆର. ଦୀନବନ୍ଧୁ, ମାଣ୍ଡା ଶ୍ୟାମବାବୁ ଓ ଆର. ମାଧବ ନାଇଡ଼ୁ ଙ୍କୁ ଚୟନ କରାଯାଇଛି। ଏହି ବୈଠକରେ ପ୍ରାୟ ୧୦୦ରୁ ଅଧିକ ବିଭିନ୍ନ ଗ୍ରାମର କମିଟି ସଦସ୍ୟ ଓ ସମାଜର ପ୍ରମୁଖ ବ୍ୟକ୍ତିବର୍ଗ ଉପସ୍ଥିତ ରହି ସମାଜର ଭବିଷ୍ୟତ ଉନ୍ନତି ଓ ସଂଗଠନୀୟ ସକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ।ବୈଠକରେ ନୂତନ କମିଟି ଗଠନ ସହିତ ଏଲମା ସମାଜକୁ ଓବିସି ମାନ୍ୟତା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଯିବ ବୋଲି ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ସମାଜର ସମସ୍ତ ଗ୍ରାମକୁ ଏକତ୍ର କରି ସାମୂହିକ ଉନ୍ନତି ଲକ୍ଷ୍ୟରେ ଏହି କମିଟି ଆଗାମୀ ଦିନରେ କାର୍ଯ୍ୟ କରିବ ବୋଲି ନୂତନ ସଭାପତି ସାକା ସୁଜିତ୍ କୁମାର ଆଶା ବ୍ୟକ୍ତ କରିଛନ୍ତି। ଏହି ବୈଠକ କୁ ଧର୍ମାଲୁ ପୂର୍ଣ୍ଣଚନ୍ଦ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମ ର ଯୁବଗୋଷ୍ଠୀ ସହଯୋଗ କରିଥିଲେ।
