ସହାୟତା ପାଇଁ ସ୍ତ୍ରୀ ହାତଯୋଡି ସରକାରକୁ କରୁଛି ଗୁହାରି।

କଣ୍ଟାବାଞ୍ଜି,(ତ୍ରିନାଥ ସାହୁ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ତୁରେକେଲା ଗାଁର ଶୁଭ ପୁଟେଲ ବୟସ (୫୧) ହେଲେ ଏ ବୟସରେ ଶୁଭ ଭଲରେ କଥା ହେଇପାରୁ ଛନ୍ତି ନାଁ ଠିକ ଭାବରେ ମୁଠାଏ ଖାଇ ପାରୁଛନ୍ତି। ଦୁହେଁ ସ୍ୱାମୀ ସ୍ତ୍ରୀ ବିବାହିତ ହୋଇ ଭଲରେ ଦିନ  କାଟୁଥିଲେ। ପରିବାର କହିଲେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରହିଛନ୍ତି। ନାଁ ଅଛି ବାପା ପଦିଏ କହିବା ପାଇଁ ପୁଅ ନାଁ ଅଛି ମା ଡାକିବା ପାଇଁ ଝିଅ। ତଥାପି ଦୁଇ ସ୍ୱାମୀ ସ୍ତ୍ରୀ ଖୁସିରେ ରହି ଚଳି ଆସୁଥିଲେ। ହେଲେ ଦଇବ ଦାଉ ସାଜିଲା। ଶୁଭ ପୁଟେଲ ଉପରକୁ ମାଡି ଆସିଥିଲା କ୍ୟାନ୍ସର ରୋଗ। ତେବେ ଧୀରେ ଧୀରେ ଶୁଭ ପୁଟେଲ ଜଟିଳ ଆକ୍ରାନ୍ତ ହୋଇ ଆସୁଥିଲେ। ତେବେ ଯତ୍ନପାଇଁ ସ୍ତ୍ରୀ ସତ୍ୟଭାମା ସ୍ୱାମୀକୁ ଏ ହସ୍ପିଟାଲ ସେ ହସ୍ପିଟାଲ ନେଇ ନୟାନ୍ତ ହୋଇ ଜାଇଥିଲେ। ପାଖରେ ଯେତେ ଟଙ୍କା ପଇସା ରହିଥିଲା ସବୁ ଟଙ୍କା ହସ୍ପିଟାଲ ଖର୍ଚରେ ଉଡିଯାଇଥିଲା ହେଲେ ତଥାପି ଭଲ ହୋଇପାରି ନଥିଲେ ସତ୍ୟଭାମାଙ୍କ ସ୍ୱାମୀ ଶୁଭ ପୁଟେଲ। ଶେଷରେ ଏକ ପ୍ରାଇଭେଟ ହସ୍ପିଟାଲରେ ଆୟୁଷ୍ମାନ କାର୍ଡ ଯୋଗେ ଶୁଭଙ୍କର ଅପରେସନ କରାଇଥିଲେ। ହେଲେ ଅପରେସନ କରାଇବା ପରେ ମଧ୍ୟ ଶୁଭ ପୁଟେଲ ଏବେ ଭଲ ହୋଇନାହାନ୍ତି। ପାଖରେ ଟଙ୍କା ପଇସା ଯାହା ରହିଥିଲା ସବୁ ତାଙ୍କରି ଉପରେ ଶେଷ ହୋଇଯାଇଛି। ହେଲେ ଏହାପରେ ମଧ୍ୟ ରୋଗରୁ ମୁକୁଳି ପାରୁନାହାନ୍ତି ଶୁଭ ପୁଟେଲ। ନାଁ ଭଲରେ ସେ ଖାଇ ପାରୁଛନ୍ତି ନାଁ ଭଲରେ ସ୍ତ୍ରୀ ସହ ପଦିଏ କଥା ହେଇ ପାରୁଛନ୍ତି। ତେବେ ଶୁଭଙ୍କ ସ୍ତ୍ରୀ ସତ୍ୟଭାମା ପୁଟେଲ ଓ ଶୁଭଙ୍କ ଭାଇ ବିଷ୍ଣୁ ପୁଟେଲ ଶୁଭକୁ  ଏ ହସ୍ପିଟାଲ ସେ ହସ୍ପିଟାଲ ନେଇ ପାଞ୍ଚରୁ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ହେଲେ ବି ଶୁଭଙ୍କ ଅବସ୍ଥା ସୁଧୁରିନାହିଁ। ତେବେ ସରକାରଙ୍କ  ଆୟୁଷ୍ମାନ କାର୍ଡର ଟଙ୍କା ମଧ୍ୟ ଶେଷ ହେବାକୁ ଲାଗିଥିବା  ପରିବାର ଲୋକେ କହିଛନ୍ତି। ସରକାରଙ୍କ ଯୋଜନା କହିଲେ ଚାଉଳ ପାଞ୍ଚ କେଜିକୁ ଛାଡିଲେ କୌଣସି ସୁବିଧା ସରକାରଙ୍କ ଆଡୁ ମିଳୁନାହିଁ। ଏତେ କମରେ ଚଳିବା ଓ ସ୍ୱାମୀଙ୍କ ଯତ୍ନ ନେବା ସ୍ତ୍ରୀଙ୍କ ପାଇଁ କାଠିକର ପାଠ ହୋଇପଡିଛି। ତଥାପି କଷ୍ଟେ ମଷ୍ଟେ ଦୈନନ୍ଦିନ ଜୀବନ କାଟି ଆସୁଛନ୍ତି। ଭଲ ହେଵା ପାଇଁ ପ୍ରତିଦିନ ରାହା ଦେଖି ଆସୁଛନ୍ତି ଶୁଭ ପୁଟେଲଙ୍କ ସ୍ତ୍ରୀ ସତ୍ୟଭାମା ପୁଟେଲ ହେଲେ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ତେବେ ଅଧିକ ଚିକିତ୍ସା ପାଇଁ ସ୍ତ୍ରୀ ଏବଂ ଭାଇ ବିଧାୟକ ଲକ୍ଷ୍ମଣ ବାଗ ଓ ସରକାରକୁ ହାତ ଯୋଡି ବିନମ୍ର ଗୁହାରି କରିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟିଦେଇ ଆବଶ୍ୟକ ଚିକିତ୍ସା ଯୋଗାଇଦେଇ ସହାୟତା ପ୍ରଦାନ କରିବାକୁ ପରିବାର ଲୋକଙ୍କ ଦାବି ହେଉଛି।

Leave a Reply

Your email address will not be published. Required fields are marked *