ଭବାନୀପାଟଣା, ୨୮।୦୨ (ଖବର) (ରଞ୍ଜନ କୁମାର ମହାନ୍ତି ) ଶବ୍ଦର ରଙ୍ଗ ସତ୍ୟ-ଶିବ-ସୁନ୍ଦର ହେତୁ ସାହିତ୍ୟ ମାନବିକତା ମଖାଏ। ସାହିତ୍ୟର ରାଗ ଜୀବନ ଛୁଏଁ ବୋଲି ଯେତିକି ବିଭୋର କରେ ସେତିକି ସଂସ୍କାର ଦିଏ। ପୁଣି ସାହିତ୍ୟ ମା ଭଳି ସ୍ନେହଫଗୁ ବୋଳି ଦେଇ ସତ୍-ଚିତ୍-ଆନନ୍ଦ ମନ୍ତ୍ର ତୋଳେ ବୋଲି ଜିଲ୍ଲା ସ୍ତରୀୟ ସାରସ୍ୱତ କାର୍ଯ୍ୟକ୍ରମ ‘ଫଗୁଣ ରାଗ’ପାଳନ ଅବସରରେ କଵିଗଣ ମତ ଦେଇଥିଲେ। ଭବାନୀପାଟଣାସ୍ଥ ସ୍ୱାମୀ ଶିବାନନ୍ଦ ବାଳ ବିକାଶ କେନ୍ଦ୍ର ପରିସରରେ ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ଧାରାବାହିକ ୨୨୯ ସଂଖ୍ୟକ ଏଇ ସାହିତ୍ୟ ଆସରରେ କବି ଅଶୋକ କୁମାର ଖମାରୀ ପୌରୋହିତ୍ୟ କରିଥିବାବେଳେ କଵି ସବିତା ଶତପଥୀ ଅତିଥି ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ।ଶିଳ୍ପୀ ଦୀପ୍ତି ମୁଣ୍ଡ ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ। ଯୁବକବି ଆଶୁତୋଷ ପୁରୋହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କବି ସାଗର ବୈଠାରୁ, ଆନନ୍ଦିନୀ ପାତ୍ର, ପି. ମୋହନ ରାଓ ପାତ୍ର, ପ୍ରତାପ ପଣ୍ଡା, ଧର୍ମେନ୍ଦ୍ର ମୁଣ୍ଡ, ଶ୍ୟାମଘନ ସାହୁ, ମଳୟ କୁମାର ପଣ୍ଡା, ରଚିତା ମେହେର, କିଶୋର ମହାନନ୍ଦ, ଶିବଶକ୍ତି ପୁରୋହିତ, ରମେଶ ସେନାପତି, ଆଶୁତୋଷ ପୁରୋହିତ, ମକୁନ୍ଦ ନାଏକ, ସୁଜାତା ପଟ୍ଟନାୟକ ପ୍ରମୁଖ ସ୍ୱରଚିତ ଫଗୁଣ କବିତାବୃତ୍ତି କରିଥିଲେ। ଯୁବପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା ବନ୍ଦେ ମାତରମ୍ ଗାନ କରିଥିବାବେଳେ ସଂସଦ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ସ୍ତରୀୟ ସାରସ୍ୱତ ‘ଫଗୁଣ ରାଗ’ କାର୍ଯ୍ୟକ୍ରମ
