ଗାଁର ମହକ ସହିତ ଦେଖନ୍ତୁ “ରଜ କୁଇନ୍” ପ୍ରତି ଶନି – ରବି ରାତି ୯:୩୦ ରେ

ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ର ସବୁଠାରୁ ଚର୍ଚ୍ଚିତ ଶୋ’ ‘ରଜ କୁଇନ୍’ ଇତିହାସରେ ପ୍ରଥମ ଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଚଳିତ ବର୍ଷ ଗାଲା ରାଉଣ୍ଡର ଥିମ୍ ରହିଛି ‘ଗାଁରେ ହେବ ଗାଲା ରାଉଣ୍ଡ’। ଏହି ପର୍ଯ୍ୟାୟରେ ପ୍ରତିଯୋଗୀ ଏବଂ ମେଣ୍ଟରମାନେ ସିଧାସଳଖ ଗାଁ ମାଟିରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଦର୍ଶକଙ୍କୁ ଓଡ଼ିଆ ସଂସ୍କୃତି ଓ ସରଳ ଜୀବନଶୈଳୀର ନିକଟତର କରାଇବେ।

ଏହି ସୁନ୍ଦର କନସେପ୍ଟ ଉପରେ ମତ ରଖି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ୍ ରାଓ କହିଛନ୍ତି, “ଜୀ ସାର୍ଥକ ସର୍ବଦା ଓଡ଼ିଶାର କଳା, ପରମ୍ପରା ଏବଂ ଗାଁ ମାଟି ସହ ଅତି ନିବିଡ଼ ଭାବେ ଯୋଡ଼ି ହୋଇରହିଛି। ‘ଗାଁରେ ହେବ ଗାଲା ରାଉଣ୍ଡ’ ଏକ ଶୋ’ ନୁହେଁ, ବରଂ ଆମ ସମୃଦ୍ଧ ଗ୍ରାମୀଣ ଜୀବନଶୈଳୀ ପ୍ରତି ଏକ ସମ୍ମାନ। ପ୍ରତିଯୋଗୀଙ୍କ କଠିନ ପରିଶ୍ରମ, ଗାଁର ସରଳତା ଓ ପାରସ୍ପରିକ ବୁଝାମଣା ନିଶ୍ଚିତ ଭାବେ ଦର୍ଶକଙ୍କ ହୃଦୟ ଜିତିବ।”

ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକର ପ୍ରତିଷ୍ଠିତ ଯୋଡିମାନେ ମେଣ୍ଟର ଭାବେ ଯୋଗ ଦେଉଛନ୍ତି। ସେମାନେ ହେଲେ:‘ତୁ ଖରା ମୁଁ ଛାଇ’ର ଅଭି ଓ ମାନି, ‘ସାଥି ସାତ ଜନ୍ମର’ର ଦେବ୍ ଓ ଅର୍ଚ୍ଚନା, ‘ସୁନା ଝିଅ’ର ସମ୍ଭବ ଓ ବଂଶୁ ଏବଂ ‘ମୁଁ ନୁହେଁ ମୁଁ ତୁମ ବିନା’ର ସାଇ ଓ ଶ୍ରଦ୍ଧା ।

Leave a Reply

Your email address will not be published. Required fields are marked *