ସାମାଜିକ ସଂଗଠନ ଦିଶା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରୂପସା ( ଖବର ) ଓଡ଼ିଶା ଭାଷା , ସାହିତ୍ୟ , ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ବିଭାଗ ପକ୍ଷରୁ ସାମାଜିକ ସଂଗଠନ ‘ ଦିଶା ‘ ତତ୍ତ୍ଵାବଧାନରେ ରେ ରୂପସା ସ୍ଥିତ ରାହା କଲ୍ୟାଣ ମଣ୍ଡପ ଠାରେ ସଭାପତି ରିପନ କୁମାର ବେହେରା ଓ ସମ୍ପାଦକ ରଶ୍ମି ରଞ୍ଜନ ଜେନା ଙ୍କ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ମହିଳା ଙ୍କ ସାମାଜିକ , ଆର୍ଥିକ , ସାଂସ୍କୃତିକ , ରାଜନୈତିକ ଓ କ୍ଷେତ୍ର ରେ ସଫଳତା ଓ ପାରଦର୍ଶିତା କୁ ପାଳନ କରିବା ଏହି ଦିନ ରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ବସ୍ତା ଏସ ଡି ପି ଓ ମାନସ କୁମାର ଦେଓ ଯୋଗ ଦେଇ ନାରୀ ଏକତା , ସ୍ନେହ, ପ୍ରେମ , ବାତ୍ସଲ୍ୟ , ମମତା, ଶକ୍ତି ଓ ଧର୍ଯ୍ୟ ର ପ୍ରତୀକ ବୋଲି ଆଜି ଦିନ ଟି ମହିଳା ମାନଙ୍କ ପାଇଁ ହେଇଥିବାରୁ ସମସ୍ତ ଉପସ୍ଥିତ ମା ମାନଙ୍କୁ ଶୁଭେଛା ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟା ପର୍ଣ୍ଣିମା ଗିରି ,ବରିଷ୍ଠ ଆଇନଜୀବି ମନୋରଞ୍ଜନ ନାୟକ,  କଷିପଦା, ରୂପସା , ଓ ଆଙ୍କୋ ପଞ୍ଚାୟତ ର ଏମ ବି କେ ପ୍ରମିଳା ମୁଣ୍ଢା, ପୂର୍ଣ୍ଣିମା ବର , କୁଞ୍ଜଲତା ବେହେରା ଯୋଗ ଦେଇ ଆଜିର ନାରୀ କାଲିର ଦେଶର ଭବିଷ୍ୟତ ବୋଲି ଅଭିଭାଷଣ ରଖିଥିଲେ। ଏଥିରେ ରୂପସା ଅଞ୍ଚଳ ର ବହୁ SHG ଗ୍ରୁପ ର ମହିଳା ମାନେ ଯୋଗ ଦେଇଥିବା ବେଳେ ନିଜର କାର୍ଯଦକ୍ଷତା ରେ ପାରଦର୍ଶିତା ଦେଖେଇ ଥିବା ୧୦ ଜଣ ମହିଳା ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ରଶ୍ମି ରଞ୍ଜନ ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ସଂଘ ର କୋଷାଧ୍ୟକ୍ଷ ତରୁଲତା ଜେନା , ବରିଷ୍ଠ ବିଜେପି ନେତା ତପନ କୁମାର ଗିରି , ଶ୍ରୀଧର ବେହେରା , ସୁଭେଶ ନାୟକ ରାକେଶ ଦାସ , ସଦସ୍ୟ ସଦସ୍ୟା ସୁନୀତା ଜେନା , ଧରିତ୍ରୀ ଜେନା , ସୌମ୍ୟ ଜେନା , ବଳରାମ ବେହେରା , ଦିବ୍ୟରଞ୍ଜନ ଜେନା , ରିପନ ବେହେରା ଙ୍କ ସହ ଅନ୍ୟମାନେ ସାହୋଜୋଗ କରିଥିଲେ। ପରିଶେଷରେ ସଭାପତି ରିପନ୍ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରି ଥିଲେ

Leave a Reply

Your email address will not be published. Required fields are marked *