ସାହାରା ଇଣ୍ଡିଆର ଜମି କେଳେଙ୍କାରୀ ନେଇ ଖୋଳତାଡ଼ କରୁଛି କୋଲକାତା ଇଡ଼ି ଟିମ I

Bhubaneswar (Anchalika Khabar) ସାହାରା ଇଣ୍ଡିଆ କମ୍ପାନୀ ଦେବାଳିଆ ହେବା ପରେ, ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ, SEBI (Securities and Exchange Board of India) ମାଧ୍ୟମରେ ସଂସ୍ଥାର ସବୁ ସ୍ଥାବର, ଆସ୍ଥାବର ସମ୍ପତ୍ତି ବିକ୍ରି କରି ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରିପାଇବେ I
ବ୍ରହ୍ମପୁରରେ ୪୨ ଏକର ଜମି ସାହାରା କମ୍ପାନୀର ଜମି ରହିଛି I ଯାହାକୁ BVCT ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ହାତେଇଥିବା ଅଭିଯୋଗ ହୋଇଛି I BVCT ର ଟ୍ରଷ୍ଟି ପାଖାପାଖି ୩୧ ଏକର ଜମିକୁ ଚଞ୍ଚକତା କରି ୮ କୋଟି ପୀଡିସି ଚେକ ( post Dtaed check ) ଦେଇ ଗତ ଜାନୁଆରୀ ମାସ ଜମି ରେଜିଷ୍ଟେସନ କରିଛି I ଆଉ ପଟ୍ଟା ପାଇଁ ଆବେଦନ କରିବା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଅଭିଯୋଗ ଆଣିବା ସହ ଟଙ୍କା ଫେରସ୍ତ ମାଗି ଥିଲେ ଓ ସେବୀ ପାଖରେ ଦ୍ୱାରସ୍ଥ ହୋଇଥିଲେ I ହେଲେ SEBI ଏନେଇ କୌଣସି ବି ଟଙ୍କା ପାଇଁ ନଥିବା ସ୍ପଷ୍ଟ କରିଥିଲା I
ଯାହାକୁ ନେଇ ଗତ କିଛିଦିନ ତଳେ କୋଲକାତାର ଏକ ସ୍ୱତନ୍ତ୍ର ଇଡ଼ି ରେଡ ମାରିଥିଲା I ତେବେ ପୂର୍ବରୁ ମଧ୍ୟ ହାଇଟେକ ଗ୍ରୁପ ରେ NRI ମେଡିକାଲ SEAT ସ୍କାମ ରେ ହାଇଟେକ ମେଡିକାଲ କଲେଜ ରେ ଇଡି ରେଡ ମାରିଥିଲା ଆଉ ଯେଉଁଥିରେ ସାମିଲ ଥିଲେ ତିରୁପତି ପାଣିଗ୍ରାହୀ ସମେତ ପୁଅ ରୂପେଶ ପାଣିଗ୍ରାହୀ କେବଳ ସେତିକି ନୁହେଁ ବରଂ ମ୍ୟାନେଜି ଡାଇରେକ୍ଟର ସୁରେଶ ପାଣିଗ୍ରାହୀ ଫେରାର ହୋଇଯାଇଥିଲେ ଦୁବାଇ I ଏ ବଡ଼ ସ୍କାମ ସାମ୍ନା କୁ ଆସିବା ପରେ ହାଇଟେକ ଗ୍ରୁପ ର seat scam ସାମ୍ନା କୁ ଆସିଥିଲା । ତେବେ ବ୍ରହ୍ମପୁର ନର ଜମି ଜାଲିଆତି ରେ କିଏ ଅଛି ମାଷ୍ଟର ମାଇଣ୍ଡ ତାକୁ ଇଡି ଖୋଜୁଥିବା ବେଳେ ହାଇଟେକ ଗ୍ରୁପ ର ସମସ୍ତ ଜାଗା ରେ ଏମିତିକି ଉତ୍କଳ ଭାଟିକା ରେ ଥିବା ତିରୁପତି ପାଣିଗ୍ରାହୀ ଙ୍କ ଘରେ ମଧ୍ୟ ଇଡି ର ସ୍ୱତନ୍ତ୍ର ଟିମ ପହଁଚି ପଚରାଉଚରା କରିଥିଲା I

Leave a Reply

Your email address will not be published. Required fields are marked *