ପୁରୁଣାକଟକରେ ପୁଣି ବାଣ ବିସ୍ଫୋରଣ: କମ୍ପିଲା କଲୋନୀ, ବ୍ୟବସାୟୀ ଗିରଫ…

ବୌଦ୍ଧ 21/2 ( ଭାଗବତ ମେହେର )  ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ଏସବିଆଇ କଲୋନୀରେ ଶନିବାର ସନ୍ଧ୍ୟାରେ ଭୟାବହ ବାଣ ବିସ୍ଫୋରଣ ଘଟିଥିବା ଘଟଣା ପୁରା ଅଞ୍ଚଳରେ କୁକୁଆ ଭୟ ସୃଷ୍ଟି କରିଛି। ସୂଚନା ଅନୁସାରେ ବାଣ ବ୍ୟବସାୟୀ ଆଲୋକ କାଣ୍ଟିଙ୍କ ଗୋଦାମ ଗୃହରେ ବାଣ ଭିଡ଼ୁଥିବା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ପାଇଁ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖର ଲୋକେ ଭୟଭୀତ ହୋଇ ଘର ଛାଡ଼ି ବାହାରକୁ ପଳାଇଥିଲେ। ଗୋଦାମ ଭିତରେ ସେତେବେଳେ କେତେଜଣ କାମ କରୁଥିଲେ, ସେଥିପାଇଁ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପରେ ସମ୍ପୂର୍ଣ୍ଣ କଲୋନୀ ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଲ୍ଲେଖ୍ୟ ଯେ, କିଛି ମାସ ପୂର୍ବରୁ ଅର୍ଥାତ ଅକ୍ଟୋବର 21 ଜିଆଁକଟା ବାଣ ଗୋଦାମରେ ବିସ୍ଫୋରଣ ଘଟି ଆଖପାଖ ଘରଦ୍ୱାର ଛିନ୍ନଭିନ୍ନ ହେବା ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତଥାପି ପୁନର୍ବାର ଏମିତି ଅଘଟଣ ଘଟିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଘଟଣାସ୍ଥଳରେ ଚାରିଛକ ଅଗ୍ନିଶମ ବାହିନୀ ଓ ପୁରୁଣାକଟକ ପୋଲିସ ପହଞ୍ଚି ଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରୀ ରଖିଥିଲେ। ପରେ ପୁରୁଣାକଟକ ପୋଲିସ ବାଣ ବ୍ୟବସାୟୀ ଆଲୋକ କାଣ୍ଟି ସମେତ ଅନ୍ୟ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ, ଗୋଦାମରେ ଅନୁମତି ବିନା ବାଣ ସଂରକ୍ଷଣ ଓ ପ୍ରସ୍ତୁତି କାର୍ଯ୍ୟ ହେଉଥିଲା କି ନାହିଁ, ସେଥିପାଇଁ ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି! ଏପଟେ ଗତ ଅକ୍ଟୋବର 21 ରେ ଉକ୍ତ ମାଲିକ ଙ୍କ ବାଣ ଗୋଦାମ ରେ ବିସ୍ପୋରଣ ଘଟଣା ସମସ୍ତ ଙ୍କୁ ଚକିତ କରିଥିବା ବେଳେ ଏଭଳି ଭୟଙ୍କର ଘଟଣା ସମସ୍ତଙ୍କ ମନରୁ ନଲିଭିବା ପୂର୍ବରୁ ପୁଣି ବାଣ ଗୋଦାମ ରେ ନିଆଁ ଲାଗିବା ପୁରୁଣାକଟକ ବାସି ଙ୍କ ମନରେ ଭୟଭୀୟ ସୃଷ୍ଟି ହୋଇଛି! ଗତ ଅକ୍ଟୋବର 21 ରେ ଦୁର୍ଘଟଣା ଘଟିଥିବା ବେଳେ ପୁଣି ଫେବୃଆରୀ ସେଇ 21 ଘଟଣା ଟି ସମସ୍ତ ଙ୍କୁ ଆଶ୍ଚଯ୍ୟ କରିଛି! ଏପଟେ ଖୁବ ଶୀଘ୍ର ବାଣ ଗୋଦାମ ସିଲ ସହ ଘଟଣା ର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଧ SDPO ସୂଚନା ଦେଇଛନ୍ତି! 

Leave a Reply

Your email address will not be published. Required fields are marked *