ସାଇବର ଜାଲରେ ଫସିବା ପୂର୍ବରୁ ସଚେତନ ହୁଅନ୍ତୁ ବୌଦ୍ଧ ଏସପି (ରାହୁଲ ଗୋଏଲ )

ବୌଦ୍ଧ 21/2 ( ଭାଗବତ ମେହେର ) ଦୈନିକ ଜିଲ୍ଲା ରେ ବଢ଼ୁଥିବା ସାଇବର ଠକେଇକୁ ଦମନ କରିବା ପାଇଁ CID Crime Branch ଙ୍କ ନିର୍ଦ୍ଦେଶରେ 13 ଫେବୃଆରୀରୁ 27 ଫେବୃଆରୀ ପର୍ଯ୍ୟନ୍ତ “ଅପରେସନ ସାଇବର କବଚ” ଅଭିଯାନ ଚାଲିଛି। ଏହି ଅଭିଯାନ ଅନୁସାରେ ବୌଦ୍ଧ ଜିଲ୍ଲାରେ ପୁଲିସ ପକ୍ଷରୁ ବ୍ୟାପକ ଯାଞ୍ଚ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାରେ ସାଇବର ଠକେଇ ସଂପୃକ୍ତ 604ଟି ବ୍ୟାଙ୍କ ଖାତାକୁ ଚିହ୍ନଟ କରି ଫ୍ରିଜ୍ କରାଯାଇଛି। ଏହାସହ 2ଟି ମୁଖ୍ୟ ସାଇବର ଠକେଇ ମାମଲାରେ 65 ଜଣ ସନ୍ଦେହଭାବେ ଖାତାଧାରୀଙ୍କୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ପୁଲିସ ତଦନ୍ତ ସମୟରେ 68ଟି ମୁଖ୍ୟ ଆକାଉଣ୍ଟ ମାଧ୍ୟମରେ ଠକେଇ ହୋଇଥିବା 20 ଲକ୍ଷ 55 ହଜାର 923 ଟଙ୍କା ପୀଡ଼ିତଙ୍କୁ ଫେରାଇ ଦେଇଥିବା କଥା ବୌଦ୍ଧ ଏସପି ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଏହାସହ ଅନେକ ମୋବାଇଲ ଫୋନ, ସିମ୍ କାର୍ଡ ଓ ବିଭିନ୍ନ ଡିଜିଟାଲ ସାମଗ୍ରୀ ଜବତ କରାଯାଇଛି। ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅଜଣା ଫୋନ କଲ୍, ସନ୍ଦେହଜନକ ଅନଲାଇନ ଲିଙ୍କ ଓ ଲଟେରି/ଅଫର ପ୍ରତି ସଚେତନ ରହିବାକୁ ଅନୁରୋଧ କରାଯାଇଛି। କୌଣସି ସାଇବର ଠକେଇ ଘଟିଲେ ତୁରନ୍ତ 1930 ହେଲ୍ପଲାଇନ କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଛି। “ଅପରେସନ ସାଇବର କବଚ” ମାଧ୍ୟମରେ ବୌଦ୍ଧ ଜିଲ୍ଲାରେ ସାଇବର ଅପରାଧ ରୋକିବାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ସୂଚନା ଦେଇଥିଲେ ବୌଦ୍ଧ SP ରାହୁଲ ଗୋଏଲ I

Leave a Reply

Your email address will not be published. Required fields are marked *