ଗୁପ୍ତେଶ୍ୱର ଠାରେ ମହା ଶିବରାତ୍ରୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ।
ଜୟପୁର,୨୭।୧:-(ଅଜୟ କୁମାର ବେହୁରିଆ)ଗୁପ୍ତେଶ୍ୱର ଶୈବ ପୀଠ ଠାରେ ମହା ଶିବରାତ୍ରୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ କୁମାରୀ ଅକାବରମ ଶସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପରିଷଦର ପାରିଷାଦିକ ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟ ବିଷୟରେ ଆଲୋଚନା ଘର କର।ଯାଇ ଥିଲା ଯେପରି ଯାନବାହାନ ନିୟନ୍ତ୍ରଣ ପାଇଁ ବୈପାରିଗୁଡ଼ା ପୋଲିସ, ଜୟପୁର ସଦର ପୋଲିସ ଓ ଓଡ୍ରାଫକୁ ଦିଆଯିବ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଦ୍ୱାରା ୨ ଗୋଟି ଷ୍ଟଲ ହେବ ଏବଂ ଏଥି ନିମନ୍ତେ ଡାଲି ଚାଉଳ କଦଳୀ, ପାନୀୟ ଜଳ, ଚୂଡା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବେ । ପିଇବା ପାଣି ଓ ଶୌଚଳୟ ମରାମତି ନିମନ୍ତେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡ଼ି, ବୈପାରିଗୁଡା ଓ ଜୟପୁରଙ୍କୁ ଅନୁରୋଧ କରାଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ବୈପାରିଗୁଡ଼ାଙ୍କୁ ବ୍ଲିଚିଂ ପାଉଡର ପକାଇବା ସହ ସଫା ସୁତୁରାର ଦାୟିତ୍ଵ ଦିଆଗଲା। ବିଗତ ବର୍ଷ ଭଳି ଚଳିତ ବର୍ଷ ୨ ଗୋଟି ଷ୍ଟଲ୍ ରହିବ ସମସ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହ ୨ ଗୋଟି ଏମ୍ବୁଲେନ୍ସ ରଖିବା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ, ଜୟପୁର ଓ ବୈପାରିଗୁଡ଼ାଙ୍କୁ ଅନୁରୋଧ କରାଗଲା । ଶିବରାତ୍ର ଦିନ ଅଗ୍ନିଶମ ଗାଡି ଗୋଟିଏ ମନ୍ଦିର ପାଖରେ ଓ ଅନ୍ୟଟି ପାର୍କିଂ ପାଖରେ ରହିବ । ସ୍ପେଶାଲ ଟିକଟ ୫୦୦ ଟଙ୍କା ରକ୍ଷା ଯାଇଛି । ବସ ପାର୍କିଂ ପାଇଁ ୧୦୦ ଟଙ୍କା, ବିକେ ପାଇଁ ୧୦ ଟଙ୍କା , ଅଟୋ ପାଇଁ ୨୦ ଟଙ୍କା ଅନ୍ୟାନ୍ୟ କାର ପାଇଁ ୫୦ ଟଙ୍କା ରକ୍ଷା ଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ରାତ୍ର ୮ ଘଣ୍ଟା ସମୟରେ ମନ୍ଦିର ଫାଟକ ବନ୍ଧ ହେବ ଏବଂ ପରେ ପରେ ହରିହର ମିଳନ ରାତ୍ର ୧୨.୦୦ ଘଟିକାରେ ତା ପରେ ପରେ ମହା ଦୀପ ହେବ । ଏହି ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସୂଚନା କେନ୍ଦ୍ର ଏକ ହୁଏ ଏହାର ଦାୟିତ୍ଵ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କୋରାପୁଟଙ୍କୁ ଦିଆଗଲା । ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସାଂସ୍କୃତିକ ବିଭାଗ କୋରାପୁଟଙ୍କୁ ଅନୁରୋଧ କରଯାଇଛି।
