ଆଠମଲ୍ଲିକ (ଖବର)23/1 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସ୍ଥିତ ଆମ୍ବଶରମୁଣ୍ଡା ଜଙ୍ଘା ବଡଦେଓ ଙ୍କ ପାଦଦେଶ ରେ ଅବସ୍ଥିତ ଥିବା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ସମ୍ବିଧାନ ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପଲଗାଇ ନିରବ ପ୍ରାର୍ଥନା କରି ବିଭିନ୍ନ ପ୍ରକାର ଜୟ ଧ୍ୱନି ଦିଆଯାଇଥିଲା l ପରେ ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଆଠମଲ୍ଲିକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଟିଟସ ମହାନନ୍ଦିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ 6 ନଂ ଜୁନ ଜିଲ୍ଲାପରିଷଦ ସଭ୍ୟ ଯୁଧିଷ୍ଠିର ସିଂହ, ଗୋଣ୍ଡ ୱାନ ବିକାଶ ପରିଷଦ ଜିଲ୍ଲା ସଭାପତି ସଦାଶିବ ନାୟକ, ଆଠମଲ୍ଲିକ କେନ୍ଦ୍ର କମିଟି ସଭାପତି ପ୍ରସନ କୁମାର ନାୟକ, ବିଶିଷ୍ଟ ଶିକ୍ଷାବିତ ବୃନ୍ଦାବନ ସାହୁ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଙ୍କ ସଂଗ୍ରାମ ଓ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ରାଜ୍ୟ ମହାସଚିବ ପ୍ୟାରୀମୋହନ ସ୍ୱାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତ ରେ କୁନି କୁନି କଳାକାର ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସର୍ବଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ଉଦଯାପିତ କରି ସେଓ ବୁନ୍ଧି ଖାଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିଥିଲେ l
ଆମ୍ବଶରମୁଣ୍ଡା ଠାରେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ l
