ନାକିଚି ବିଜେପି ମଣ୍ଡଳ ପକ୍ଷରୁ  ଏକ ବନ୍ଧୁ ମିଳନ ଅନୁଷ୍ଠିତ

ଆଠମଲ୍ଲିକ (ଖବର,) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋର ନଗର ବ୍ଲକ ଅନ୍ତର୍ଗତ ନାକିଚି ପଥପ୍ରାନ୍ତର ସୁବିଧା କେନ୍ଦ୍ର ଠାରେ ଆଜି ନାକିଚି ବିଜେପି ମଣ୍ଡଳ ପକ୍ଷରୁ  ଏକ ବନ୍ଧୁ ମିଳନ ଅନୁଷ୍ଠିତ ହେଇ ଯାଇଅଛି।  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଡି଼ଲେଶ୍ୱର ପ୍ରଧାନ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା କୋଷାଦକ୍ଷ ବିଶ୍ୱଜିତ୍ ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ଼ା ଅଲେଖ ପ୍ରଧାନ, ଜିଲ୍ଲା ଉପସଭାନେତ୍ରୀ ଅଞ୍ଜଳି ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଉତରିୟ ଦେଇ ସ୍ୱାଗତ କରିଥିଲେ l ନାକିଚି ମଣ୍ଡଳ ସଭାପତି ସଂଜୀବ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇ ସଭାକାର୍ଯ୍ୟ ତୁଲାଇଥିଲେ। ଏଥିରେ ମଣ୍ଡଳ ର ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ଓ ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ କାର୍ଯ୍ୟକର୍ତା ଙ୍କୁ ଗୁରୁମନ୍ତ୍ର ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *