ଭୟ ନୁହେଁ, ସାହସ— ଛାତ୍ରୀ ଙ୍କୁ ଦିଆଗଲା ଆତ୍ମସୁରକ୍ଷା ଗୁରୁମନ୍ତ୍ର 

ବୌଦ୍ଧ 31/1 ( ଭାଗବତ ମେହେର ) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ସ୍ନାତକ ମହାବିଦ୍ୟାଳୟ ରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ରମେଶ ଚନ୍ଦ୍ର ତାରିଣୀଆଁ ଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି  ଲଳିତ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା  ଶୁଭ୍ରମଲ୍ଲିକା ପ୍ରଧାନ, ସୁଶ୍ରୀ ପୂଜାରାଣୀ ଦେଓ, ସୁଶ୍ରୀ ଦମୟନ୍ତୀ ନାଏକ ଉପସ୍ଥିତ ରହି ଆତ୍ମସୁରକ୍ଷା କୌଶଳ ର ଗୁରୁତ୍ୱ ଉପରେ ଆଲୋକପତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ସୁଷମାରାଣୀ ବହିଦାର ସମସ୍ତ କାର୍ଯ୍ୟ ତଦାରଖ କରିବା ସହିତ ଛାତ୍ରୀ ମାନଙ୍କୁ ପ୍ରେରଣା ଦାୟୀ ଆର୍ଶୀବାଦ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ  ମଧୁସୂଦନ ବେହେରା ଶିବିର ର ସମସ୍ତ କାର୍ଯ୍ୟ କୁ ଉତ୍ସାହ ର ସହିତ ସମ୍ପାଦନ କରି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ। ମାଷ୍ଟର ଟ୍ରେନର   ପ୍ରିୟଙ୍କା ସାହୁ, ରୋଶନା ଗାଇଗୌରିଆ ଉପସ୍ଥିତ ରହିଥିଲେ। ମହାବିଦ୍ୟାଳୟ ର ଆଲୁମିନି ସଭ୍ୟା ପୁରାତନ ଛାତ୍ରୀ ସୁଶ୍ରୀ ମିନତୀ ସାମଲ ମଧ୍ୟ୍ୟ ଅତି ସୁନ୍ଦର ଭାବେ ଉପସ୍ଥାପନ କରି ଶିବିର ର ସଫଳତାକୁ ଦ୍ବିଗୁଣିତ କରିଥିଲେ।

Leave a Reply

Your email address will not be published. Required fields are marked *