ବେଦାନ୍ତ କମ୍ପାନି ଚେୟାରମ୍ୟାନ୍‌ଙ୍କ ପୁତ୍ର ବିୟୋଗରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଶୋକସଭା

ବେଦାନ୍ତ କମ୍ପାନି ଚେୟାରମ୍ୟାନ୍‌ଙ୍କ ପୁତ୍ର ବିୟୋଗରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଶୋକସଭା

ଲାଞ୍ଜିଗଡ଼,୨୧/୧ (ଖବର) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନି ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲ( ୪୯)ଙ୍କ ପରଲୋକ ଘଟିଛି। ସେ କିଛିଦିନ ତଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଗତ ୭ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଫଳରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନି ତଥା ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାକୁ ନେଇ ବୁଧବାର ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲାଞ୍ଜିଗଡ଼ସ୍ଥିତ ସଦର ଠାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା।ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ଓ ଲାଞ୍ଜିଗଡ଼ ବାସୀ ଏକତ୍ରୀତ ହୋଇ ସ୍ବର୍ଗତ ଅଗ୍ରୱାଲଙ୍କ ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ବରିଷ୍ଠ କର୍ମୀ ତ୍ରିନାଥ ମହାଖୁଡ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେଶନିଆ,ଯୁବ ସମାଜସେବୀ ଶିଶିର ପୂଜାରୀ,ଗୋପୀନାଥ ପୂଜାରୀ,ପୁରୁଷୋତ୍ତମ ମହାଖୁଡ,ନୀଳକଣ୍ଠ ଦଳପତି, ଏକା ମାଝୀ,ଡ଼ମ୍ବୁଡା ରାଉତ, ସତ୍ୟ ମହାଖୁଡ, ସଦାନନ୍ଦ ଚଲାନ,କ୍ଷିତି ଘଡେଇ, ବିର ମୁଣ୍ଡଛିନା, ଗୋବିନ୍ଦ ଚନ୍ଦନ, ମହିଳା ମାନଙ୍କ ସମେତ ଆଞ୍ଚଳିକ ପରିଷଦର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *