ବଲାଙ୍ଗିର ଟିପି ରେ ବାଲି ଚାଲାଣ,ଦୁଇ ଡ୍ରାଇଭର ଗିରଫ,ଦୁଇ ହାଇୱା ଜବତ

ହାଟଡିହି(ଖବର):-  ଚୋରା ବାଲି ଚାଲାଣ ବେଳେ ମାଡ଼ିବସିଲା ନନ୍ଦିପଦା ପୋଲିସ। ଦୁଇ ବାଲି ବୋଝେଇ ହାଇୱା ଜବତ କରିବା ସହ ଦୁଇ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅନ୍ତର୍ଗତ ବୈତରଣୀ ନଦୀ ରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ପୋଲିସ ପକ୍ଷରୁ ଚେକିଙ୍ଗ ସମୟରେ ବଲାଙ୍ଗିର ଜିଲ୍ଲା ସୁବଳୟା ବାଲି ଘାଟ ର ଟିପି ଦେଖାଇଥିଲେ ଡ୍ରାଇଭର।ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଦୁଇଟି ପୃଥକ୍ ପୃଥକ୍ ମାମଲା ୯୯/୨୬ଓ ୧୦୦/୨୬ରୁଜୁ କରି ଭାରତୀୟ ନ୍ୟାୟ ସଂହିତା ଧାରା ୩୩୬,୩୧୮ ରେ ଦୁଇ ଅଭିଯୁକ୍ତ ମହମ୍ମଦ ନୁଟ ହସନ୍ ଭଟ ଓ ପିତାମ୍ବର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ନୂତନ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଙ୍କ ଯୋଗ ଦାନ ପରଠାରୁ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପଶିଯାଇଛି।

Leave a Reply

Your email address will not be published. Required fields are marked *