ଦୁବାଇ ଚାମ୍ବର ଅଫ୍ କମର୍ସରେ ଯୋଗ ଦେଇଛନ୍ତି ୩୯୯୫ଟି ନୂତନ ଭାରତୀୟ କମ୍ପାନୀ


ଭୁବନେଶ୍ୱର: ଦୁବାଇ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ, ୩୯୯୫ଟି ଭାରତୀୟ କମ୍ପାନୀ ୨୦୨୬ର ୧ମ ତ୍ରୈମାସିକରେ ଚାମ୍ବରରେ ଯୋଗ ଦେଇଛନ୍ତି । ଏହା ଏକ ଜଟିଳ ଆନ୍ତର୍ଜାତୀୟ ବ୍ୟବସାୟିକ ପରିବେଶ ମଧ୍ୟରେ ଭାରତ ଓ ଦୁବାଇ ମଧ୍ୟରେ ଗଭୀର ଅର୍ଥନୈତିକ ଓ ବ୍ୟବସାୟିକ ସମ୍ପର୍କକୁ ସୂଚିତ କରୁଛି । ଦୁବାଇ ଚାମ୍ବର ଅଫ୍ କମର୍ସର ସକ୍ରିୟ ସଦସ୍ୟଭାବେ ପଞ୍ଜୀକରଣ କରାଇଥିବା ମୋଟ ଭାରତୀୟ କମ୍ପାନୀ ସଂଖ୍ୟା ମାର୍ଚ୍ଚ ୨୦୨୬ ସୁଦ୍ଧା ୮୪,୦୮୮ରେ ପହଂଚିଛି, ଯାହା ଦୁବାଇରେ ସର୍ବବୃହତ ବୈଦେଶିକ ବ୍ୟବସାୟ ସମୁଦାୟ ଭାରତର ସ୍ଥିତିକୁ ମଜବୁତ କରିଛି । ଏହି ନିରନ୍ତର ଅଭିବୃଦ୍ଧି ବ୍ୟବସାୟ ନିରନ୍ତରତା, ଆନ୍ତର୍ଜାତୀୟ ସମ୍ପ୍ରସାରଣ ଓ ଦୀର୍ଘକାଳିନ ବିକାଶ ପାଇଁ ଏକ ବିଶ୍ୱସ୍ତ କେନ୍ଦ୍ର ଭାବେ ଦୁବାଇରେ ଭାରତୀୟ ବ୍ୟବସାୟଗୁଡିକର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳନ କରୁଛି ।
ଏସମ୍ପର୍କରେ ଦୁବାଇ ଚାମ୍ବର୍ସର ଅଧ୍ୟକ୍ଷ ଓ ସିଇଓ ଏଚ.ଇ. ମହମ୍ମଦ ଅଲୀ ରସିଦ ଲୁତାହ କହିଛନ୍ତି, “ଭାରତୀୟ ବ୍ୟବସାୟଗୁଡିକର ନିରନ୍ତର ଅଭିବୃଦ୍ଧି, ଦୀର୍ଘକାଳିନ ସଫଳତା ପାଇଁ ଏକ ପ୍ଲାଟଫର୍ମ ଭାବେ ଦୁବାଇ ଉପରେ ସେମାନେ ଦେଖାଉଥିବା ବିଶ୍ୱାସକୁ ସୂଚିତ କରୁଛି । ବିଶ୍ୱ ପରିସ୍ଥିତି ପରିବର୍ତନ ହେଲେ ମଧ୍ୟ ଏମିରେଟ କମ୍ପାନୀଗୁଡିକୁ ଆତ୍ମବିଶ୍ୱାସର ସହ ଆଗକୁ ବଢିବା ପାଇଁ ଆବଶ୍ୟକ ଭିତିଭୂମି, ଦୃଢତା ଓ ସଂଯୋଗ ପ୍ରଦାନ କରୁଛି ।” ଜୟଆଲୁକ୍କାସ ଗ୍ରୁପର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଜୟ ଆଲୁକ୍କାସ କହିଛନ୍ତି, “ବିଶ୍ୱ ପରିଦୃଶ୍ୟରେ ପ୍ରତ୍ୟେକ ସଙ୍କଟ ଓ ପରିବର୍ତନ ସମୟରେ ୟୁଏଇ ସରକାର ବ୍ୟବସାୟ ସମୁଦାୟ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛନ୍ତି, ନିରନ୍ତରତା, ସୁରକ୍ଷା, ସ୍ପଷ୍ଟତା ଓ ଦୃଢ ସହଯୋଗ ପ୍ରଦାନ କରିଛନ୍ତି । ଅକ୍ଷୟ ତୃତୀୟା ଭଳି ପ୍ରମୁଖ ଅବସରଗୁଡିକରେ ଅଳଙ୍କାର ବ୍ୟବସାୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ଯାହା ଅନିଶ୍ଚିତତାକୁ ଅବଶୋଷଣ କରିବା ଓ ଏହାକୁ ସୁଯୋଗରେ ପରିଣତ କରିବା ପାଇଁ ଦୁବାଇର କ୍ଷମତାର ଏକ ପ୍ରମାଣ ।” ଇଣ୍ଡିଆନ ବିଜନେସ୍ ଆଣ୍ଡ ପ୍ରଫେସ୍‌ନାଲ କାଉନ୍ସିଲର ଅଧ୍ୟକ୍ଷ ସିଦ୍ଧାର୍ଥ ବାଲାଚନ୍ଦ୍ରନ କହିଛନ୍ତି, “ବର୍ତମାନର ପରିବର୍ତିତ ଓ ବିଶୃଙ୍ଖଳିତ ବିଶ୍ୱରେ ଦୁବାଇ ଏକ ବିରଳ ‘ନିରନ୍ତରତା’ । ଦୁବାଇ ଓ ୟୁଏଇର ଭବିଷ୍ୟତମୂଖୀ ନୀତିଗୁଡିକରେ ମୋର ବିଶ୍ୱାସ ରହିଛି, ଯାହା ଏକ ନିମ୍ନ-ଉର୍ଦ୍ଧ୍ୱ ଆଭିମୁଖ୍ୟ ଉପରେ ଆଧାରିତ ଯେଉଁଠାରେ ସରକାର କ୍ରମାଗତ ଭାବେ ତୃଣମୂଳକ ସ୍ତର ଉପରେ ନଜର ରଖିଥାନ୍ତି ।” ଆପ୍‌କର୍ପ ହୋଲ୍ଡିଙ୍ଗର ଅଧ୍ୟକ୍ଷ ଏବଂ ଆପାରେଲ ଗ୍ରୁପର ମାଲିକ ନିଲେଶ ବେଦ କହିଛନ୍ତି, “ବିଶ୍ୱବ୍ୟାପୀ ପରିଚାଳନା କରୁଥିବା ଭାରତୀୟ ବ୍ୟବସାୟଗୁଡିକ ପାଇଁ ସୁଯୋଗ ଭଳି ସ୍ଥିରତା ଓ ଦୃଢତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଦୁବାଇ ଉଭୟ କ୍ଷେତ୍ରରେ ଆଗରେ ରହିଛି । ୟୁଏଇ ନେତୃତ୍ୱର ଭବିଷ୍ୟତମୂଖୀ ଦୃଷ୍ଟିକୋଣ, ମଜବୁତ ବ୍ୟାଙ୍କିଙ୍ଗ ଇକୋସିଷ୍ଟମ, ବ୍ୟବସାୟ-ଅନୁକୂଳ ନୀତି ଓ ଘରୋଇ କ୍ଷେତ୍ର ପାଇଁ ନିରନ୍ତର ସହଯୋଗ ଅଭିବୃଦ୍ଧି ଓ ସମ୍ପ୍ରସାରଣ ପାଇଁ ଏକ ଉଚ୍ଚ ବିଶ୍ୱସନୀୟ ପରିବେଶ ସୃଷ୍ଟି କରିଛି ।”

Leave a Reply

Your email address will not be published. Required fields are marked *