ଘର ଭିତରୁ ୧୫ ଫୁଟର ଅହିରାଜ ଉଦ୍ଧାର କୁସଙ୍ଗ ବନ୍ୟପ୍ରାଣୀ ଅଞ୍ଚଳ ରେ ଛଡାଗଲା
ବୌଦ୍ଧ, ୩୦/୦୩ (ଭାଗବତ ମେହେର): ବୌଦ୍ଧ ଜିଲ୍ଲାର ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଗୁଣ୍ଡୁରୀସାହି ଅଞ୍ଚଳରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଘର ଭିତରୁ ପ୍ରାୟ ୧୫ ଫୁଟ ଲମ୍ବା ଅହିରାଜ ସାପ ଉଦ୍ଧାର ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦା ରତ୍ନାକର ବେହେରାଙ୍କ ଘର ଭିତରେ ଏହି ବିଶାଳ ସାପଟି ଦେଖିବାକୁ ମିଳିଥିଲା। ପରିବାର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବୌଦ୍ଧ ସ୍ନେକ ହେଲ୍ପଲାଇନ ଟିମ ଓ ପୁରୁଣାକଟକ ବନ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଦୀର୍ଘ ସମୟର ଚେଷ୍ଟା ପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ପରେ ସାପଟିକୁ କୁସଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସୁରକ୍ଷିତ ଭାବେ ଛାଡ଼ାଯାଇଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।
