*ବନଜ୍ୟୋତ୍ସ୍ନା ସାରସ୍ୱତ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ କବି  ନବକିଶୋର ଦୀପ* 

ବୌଦ୍ଧ 3/3(  ଭାଗବତ ମେହେର ) ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ ଦ୍ୱାରା ଆୟୋଜିତ ଚଉତିରିଶତମ ସ୍ୱ- ନକ୍ଷତ୍ର ଦିବସ ତଥା ଷୋଡଶ କନ୍ଧମାଳ ପୁସ୍ତକମେଳା ଅବସରରେ ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ର ଶିକ୍ଷକ ଶ୍ରୀ ନବ କିଶୋର ଦୀପଙ୍କୁ  ବନଜ୍ୟୋତ୍ସ୍ନା ସାରସ୍ୱତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଅଛି l ଶ୍ରୀ ଦୀପ ଏକାଧାରରେ ଜଣେ କବି, ସାହିତ୍ୟିକ, ସଂଯୋଜକ ଓ ସମାଜସେଵୀ ଭାବେ କେବଳ ବୌଦ୍ଧ ଜିଲ୍ଲାରେ ନୁହେଁ ଜିଲ୍ଲା ବାହାରେ ମଧ୍ୟ ଖ୍ୟାତିଲାଭ କରିଛନ୍ତି l ତାଙ୍କ ଲିଖିତ ମାନବ ବୋମା, ସିମେଣ୍ଟ ସିଂହ,ଜୀବନ ନିର୍ମାଣରେ ଅତିଥି, ଧର୍ମ ଓ ତଦ ଜନିତ ଅନ୍ଧବିଶ୍ୱାସ, ତ୍ୟାଗ ନା ଭୋଗ ଆଦି ଆଲେଖ୍ୟ ଏନେକ ଖବର କାଗଜର ପୃଷ୍ଠା ମଣ୍ଡନ କରି ପ୍ରଶଂସା ସାଉଁଟିଛି l ଏତଦ ଭିନ୍ନ ରକ୍ତଦାନ ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରୀୟ ବ୍ଲଡ଼ହିରୋ ଆୱାର୍ଡ, ପ୍ରକୃତିର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ପ୍ରକୃତିବନ୍ଧୁ ପୁରସ୍କାର 2025 ରେ ସମର୍ଦ୍ଧିତ ହୋଇ  ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି l ସଂଯୋଜନା କ୍ଷେତ୍ରରେ ଜଣେ ଆଗଧାଡିର ଉଦଘୋଷକ ଭାବେ ବୌଦ୍ଧ ମହୋତ୍ସବ ସାଂସ୍କୃତିକ କମିଟି, ଗଡଜାତ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ ହୋଇ ପ୍ରଶଂସା ସାଉଁଟିଛନ୍ତି l ମଞ୍ଚରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରଶ୍ମିତା କରମ,ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀ ପ୍ରଶାନ୍ତ ବେହେରା, ସମ୍ପାଦକ କାହ୍ନୁଚରଣ ଶତପଥୀ, ବିଶିଷ୍ଟ ସାହିତ୍ୟିକ କିଶୋର ମିଶ୍ର, ଅଧ୍ୟାପକ ପ୍ରତାପ ରଥ,ତୀର୍ଥ ଯାନୀଙ୍କ ସମେତ ଅନେକ କୃତବିଦ୍ୟ ସାହିତ୍ୟିକ ଉପସ୍ଥିତ ଥିଲେ l  l

Leave a Reply

Your email address will not be published. Required fields are marked *