ଘରକୁ ଘର ଯାଇ ଡାଟା ସଂଗ୍ରହ, ୪ ଜଣ ସନ୍ଦେହକାରି ଙ୍କୁ ପୋଲିସ ଜିମା
ବୌଦ୍ଧ 3/3 ( ଭାଗବତ ମେହେର ) ବୌଦ୍ଧ ସହରରେ ସନ୍ଦେହାସ୍ପଦ ଭାବେ ଘରକୁ ଘର ଯାଇ ପରିବାର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରୁଥିବା ଚାରିଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସଙ୍କୁ ଜିମା ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସହର ଖଲିଆବଗିଚା ସାହିରେ। ତିନିଜଣ ଯୁବତୀ ଓ ଜଣେ ଯୁବକ ଘରକୁ ଘର ଯାଇ ପରିବାର ଡାଟା ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଆସିଥିଲା । ସେମାନଙ୍କ ଚଳଚଳନ ଓ କାର୍ଯ୍ୟଶୈଳୀ ଦେଖି ଲୋକମାନେ ପଚାରାଉଚାରି କରିଥିଲେ। ସନ୍ଦେହ ଗାଢ଼ ହେବାରୁ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ ଅଟକ ରଖି ଥାନାକୁ ନେଇଯାଇଥିବା ଜଣାପଡିଛି। ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
