ଶ୍ରୀ ଜଗନ୍ନାଥ ଚେତନା ସେବା ସମିତି ଦ୍ବାରା ବିଶ୍ୱଶାନ୍ତି ଘୃତ ଯଜ୍ଞ ଅନୁଷ୍ଠିତ।
ବାସୁଦେବପୁର , ୧୯/୨୬ (ଖବର) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ବରଣ୍ଡୁଆ ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ତିନି ଦିନ ଧରି ବିଶ୍ଵଶାନ୍ତି ଘୃତ ଯଜ୍ଞ ଅନୁଷ୍ଠିତ ହେବାକୁ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ପ୍ରଥମ ଦିନ ରେ ଫେବୃଆରୀ ୧୮ ତାରିଖ ସକାଳ ୧୦ ଘଟିକା ସମୟରେ ମହିଳା ମାନଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ରେ ଗାଁ ପରିଭ୍ରମଣ କରି ଯଜ୍ଞ ମଣ୍ଡପ ରେ ଘଟ ସ୍ଥାପନ କରାଯାଇଥିଲା। ସନ୍ଧ୍ୟା ରେ ପ୍ରବଚକ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ବାରା ଜଗନ୍ନାଥ ଙ୍କ ତତ୍ତ୍ବ ଉପରେ ପ୍ରବଚନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଦ୍ବିତୀୟ ଦିନରେ ବିଧିବିଧାନ ଅନୁସାରେ ବିଶ୍ଵଶାନ୍ତି ଯଜ୍ଞ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟା ରେ ଜଗତସିଂହପୁର ଏରସମା ରୁ ଆସିଥିବା ପ୍ରବଚକ ଅନଙ୍ଗ କୁମାର ବେହେରା ଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିନ ରେ ବିଶ୍ଵଶାନ୍ତି ଘୃତ ଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ ର ବ୍ୟବସ୍ଥା ମନ୍ଦିର କମିଟି ପକ୍ଷରୁ କରାଯାଇଛି। ଏହି ତିନି ଦିନ ଧରି ବରଣ୍ଡୁଆ ପଞ୍ଚାୟତ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ବର କଲ୍ୟାଣ ସହିତ କିପରି ସମସ୍ତଙ୍କ ମନରେ ଶାନ୍ତି ବଜାୟ ରହିବ ସେଥିପାଇଁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ସାମୁହିକ ପ୍ରାର୍ଥନା କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ରୁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ତଥା ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ମୁଖ୍ୟ ଭୂମିକାରେ ସମସ୍ତ ପ୍ରକାର ବ୍ୟବସ୍ଥା ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରାଯାଇଥିଲା।
