ଠକେଇର ଅଧ୍ୟାୟ ଶେଷ’ ଭିବିଜି ରାମ ଜି ନେଇ ମନମୁଣ୍ଡାରେ ବିଜେପିର ଗର୍ଜନ

ବୌଦ୍ଧ 19/2 ( ଭାଗବତ ମେହେର ) ବୌଦ୍ଧ ଜିଲ୍ଲାର ମନମୁଣ୍ଡା ମଣ୍ଡଳରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ “ବିକଶିତ ଭାରତ ଗ୍ୟାରେଣ୍ଟି–ରୋଜାଗାର ଆଜିବିକା ମିଶନ ଗ୍ରାମୀଣ (VB G–RAM G)” ଜନଜାଗରଣ ଅଭିଯାନ ଅବସରରେ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଶ୍ରୀକାନ୍ତ ଭୋଇଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।

ଏହି କର୍ମଶାଳାରେ ପୂର୍ବରୁ ଚାଲିଥିବା(MANREGA) ଯୋଜନାରେ ହେଉଥିବା ଅନିୟମିତତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରାଯାଇଥିବା ସଂଶୋଧନ ଓ ‘G-RAM G’ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକର୍ତ୍ତାମାନଙ୍କୁ ଗ୍ରାମୀଣ ରୋଜଗାର ଓ ଆଜିବିକା ସୁଦୃଢ଼ କରିବାର ଲକ୍ଷ୍ୟ ବିଷୟରେ ଅବଗତ କରାଯାଇଥିଲା।

ଜିଲ୍ଲା ସଭାପତି ପ୍ରେମନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ଓ ଦଳୀୟ କାର୍ଯ୍ୟପଦ୍ଧତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଏବଂ ଅଭିଯାନର ଜିଲ୍ଲା କୋଓର୍ଡିନେଟର ବିପ୍ରଚରଣ ମହାନ୍ତି ତାଙ୍କ ବକ୍ତବ୍ୟରେ ନୂତନ ବ୍ୟବସ୍ଥାର ବିଭିନ୍ନ ଉପରେ କାର୍ଯ୍ୟକର୍ତ୍ତାଙ୍କୁ  ବୁଝାଇଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ ଓ ବିଜିତ୍ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ଏହାସହ ଜିଲ୍ଲା ସେକ୍ରେଟାରୀ ଜୟନ୍ତୀ ହାତୀ, ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣ କୁମ୍ଭାର ଓ ବିଶ୍ୱମିତ୍ର ରଣା ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

କର୍ମଶାଳା ମାଧ୍ୟମରେ ଗ୍ରାମ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଅଭିଯାନକୁ ସକ୍ରିୟ ଭାବେ ପ୍ରଚାର କରିବାକୁ ଆହ୍ୱାନ ଜାରି କରାଯାଇଥିଲା।

Leave a Reply

Your email address will not be published. Required fields are marked *