ବୌଦ୍ଧରେ ଶ୍ରମିକ ବିରୋଧୀ ନୀତି? ଠିକା ସଂସ୍ଥାକୁ କିଏ ଦେଉଛି ସୁରକ୍ଷା ???
MGM କମ୍ପାନୀ ଘେରାଉ ପାଇଁ ଚେତାବନୀ ଦେଲେ ସ୍ଥାନୀୟ ଶ୍ରମିକ
ବୌଦ୍ଧ31/1 (ଭାଗବତମେହେର) ବୌଦ୍ଧ ଜିଲ୍ଲା କରଡ଼ି ଠାରେ MGM କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବା ନିକିତା ଠିକା ସଂସ୍ଥା ବିରୋଧରେ ଶ୍ରମ କାର୍ଯ୍ୟାଳୟ ରେ ଗୁରୁତର ଅଭିଯୋଗ ଆସିଛି। ପ୍ରାପ୍ୟ ମଜୁରୀ ନ ଦେଇ ଶ୍ରମିକଙ୍କୁ ଦୀର୍ଘଦିନ ଧରି ହଇରାଣ କରାଯାଉଥିବା ନେଇ ବିରାମଚନ୍ଦ୍ରପୁର ଗ୍ରାମର ଅନେକ ଶ୍ରମିକ ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶ୍ରମିକମାନେ ନିୟମିତ କାର୍ଯ୍ୟ କରୁଥିବା ସତ୍ତ୍ୱେ ସଂସ୍ଥା ପକ୍ଷରୁ ସମୟରେ ମଜୁରୀ ଦିଆଯାଉନାହିଁ। ମଜୁରୀ ମାଗିଲେ ଧମକ, ଅବହେଳା ଶ୍ରମିକଙ୍କୁ ହିନସ୍ତା କରାଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।ସେହିପରି, ସମ୍ପୃକ୍ତ ଠିକା ସଂସ୍ଥା ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ନ ଦେଇ ବାହାର ରାଜ୍ୟରୁ ଶ୍ରମିକ ଆଣି କାମ କରାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ଦ୍ୱାରା ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକମାନେ କହିଛନ୍ତି। ଏନେଇ ଶ୍ରମିକମାନେ ପ୍ରଶାସନଙ୍କୁ ତୁରନ୍ତ ହସ୍ତକ୍ଷେପ କରି ପ୍ରାପ୍ୟ ମଜୁରୀ ଦେବା ସହ ଶ୍ରମ ଆଇନ ଅନୁଯାୟୀ ଠିକା ସଂସ୍ଥା ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣା କୁ ନେଇ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବୌଦ୍ଧ ଅତିରିକ୍ତ ଶ୍ରମ ଅଧିକାରୀ ଜ୍ୟୋତି ରଞ୍ଜନ ବାରିକ ଙ୍କୁ ପଚାରିବାରୁ ଆମେ ଶ୍ରମିକ ଙ୍କ ଲିଖିତ ଅଭିଯୋଗ ପାଇଛୁ! ପୂର୍ବରୁ ମଧ୍ୟ ନୋଟିସ ପାଇ ଆମେ କମ୍ପାନୀ ପରିସର କୁ ପହଁଚି ଶ୍ରମିକ ଙ୍କ ସହ ଆଲୋଚନା କରିଥିଲୁ! ଏଭଳି ଅଭିଯୋଗ ଆସିଛି ତେଣୁ ସମ୍ପୃକ୍ତ ଠିକା ସଂସ୍ଥା କୁ ନୋଟିସ କରିବା ସହ ଶ୍ରମିକ ଙ୍କ ପାଇବାକୁ ଥିବା ବକେୟା ମଜୁରୀ ଦେବା ସହ ସରକାରୀ ନିୟମ ଅନୁଯାଇ ପିଛିଲା ବକେୟା ମଜୁରୀ କୁ ମଧ୍ୟ ଶ୍ରମିକ ଙ୍କୁ ପ୍ରଦାନ ପାଇଁ ନିର୍ଦେଶ ଦିଆଯିବ ବୋଲି କହିଥିଲେ! ଘଟଣାକୁ ନେଇ ଜିଲ୍ଲା ଶ୍ରମ ବିଭାଗ କେଉଁ ପଦକ୍ଷେପ ନେଉଛି,ତାହା ଦେଖିବାକୁ ରହିଲା!
